www.samajalive.in
Saturday, December 13, 2025
14.1 C
Bhubaneswar

ଅଟଳ ଯୁବ ବାହୀନି ତରଫରୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ

ଗୋପାଳପୁର: ଶକ୍ତି ପୀଠ ତାରାତାରିଣୀ ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ଅଟଳ ଯୁବ ବାହୀନି ତରଫରୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆତ୍ମନିର୍ଭର ଭାରତ ଓ ଲୋକାଲ ଫର୍ ଭୋକଲକୁ ଆଖି ଆଗରେ ରଖି ସ୍ୱଦେଶୀ ଜିନିଷକୁ ଅଧିକରୁ ଅଧିକ ବ୍ୟବହାର କରିବା ଏବଂ ନିଜେ ସ୍ବାବଲମ୍ବୀ ହେବା ଲକ୍ଷ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ମୋଦୀଜୀଙ୍କ ସ୍ୱଦେଶୀ ପ୍ରେରଣାକୁ ଆନ୍ଦୋଳନ ଭାବେ ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ। ଏମଏସଏମଇ ଗୁଡିକ ରୋଜଗାର, ବିକାଶ ଓ ନବୀନତାର ପ୍ରେରକ ତେଣୁ ଏମଏସଏମଇକୁ ସଶକ୍ତ କରିବାକୁ ସେ କହିଥିଲେ। ଏହା ସହ ପ୍ରତ୍ୟେକ ଘର ଓ ପ୍ରତ୍ୟେକ ଦୋକାନ ସ୍ୱଦେଶୀ ହେଲେ ଆତ୍ମନିର୍ଭର ଭାରତର ସ୍ବପ୍ନ ପୂରଣ ହୋଇପାରିବ ବୋଲି କହିଥିଲେ। ସେଥିପାଇଁ ସମସ୍ତେ ମେଡ୍ ଇନ୍ ଇଣ୍ଡିଆ ପଣ୍ୟ ବାଛି ଆମର ଯୁବଶକ୍ତିର ସ୍ୱପ୍ନ ଓ ପରିଶ୍ରମକୁ ବାଛିବା ପାଇଁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ସମସ୍ତେ ସ୍ୱଦେଶୀ ଆପଣେଇବାକୁ ପାଇଁ ଶପଥ ନେଇଥିଲେ। କାର୍ଯକ୍ରମରେ ମତ୍ସ୍ୟ ସମ୍ପଦ, ପଶୁ ପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ସମସ୍ତଙ୍କୁ ଗର୍ବର ସହ ସ୍ୱଦେଶୀ କିଣିବା ପାଇଁ କହିଥିଲେ। କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଓ ଗଞ୍ଜାମ ଜିଲ୍ଲାର ଶତାଧିକ ବିଜେପି କର୍ମୀଙ୍କ ସମେତ ଯୁବ ବାହିନୀର ସମସ୍ତ କର୍ମୀ ଉପସ୍ଥିତ ରହିଥିଲେ।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories