www.samajalive.in
Saturday, December 6, 2025
26.1 C
Bhubaneswar

ଗଛରେ ପିଟିହେଲା କାର୍: ଆରଆଇଙ୍କ ମୃତ୍ୟୁ, ୬ ଗୁରୁତର

ଅନୁଗୋଳ : ଅନୁଗୋଳ ଜିଲ୍ଲା ହିନ୍ଦୋଳ ଥାନା ସେରଣା ବେଢା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ମା ତାରାତାରିଣୀଙ୍କ ଦର୍ଶନ ସାରି ଫେରୁଥିବାବେଳେ ଗଛରେ ପିଟି ହେଲା କାର୍ । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ମୂତାବକ ଦୁଇ କାର୍ଯ୍ୟରତ ଆରଆଇଙ୍କ ପରିବାର ଲୋକେ ଏକ ମାରୁତି କାରରେ ତାରାତାରିଣୀ ଦର୍ଶନ କରି ଫେରୁଥିଲେ। ହିନ୍ଦୋଳ ସେରେଣାବେଡା ଗାଁ ନିକଟରେ ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଆରଆଇଙ୍କର ମୃତ୍ୟୁ ଘଟିଥିବାବେଳେ ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ସ୍ନପ୍ରକାସ ସେଠୀ , ସୁଜାତା ସାହୁ , ମନୁ ସେଠୀ , ଶ୍ବସସ୍ଥିକ୍ ସେଠି , ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଦେବସ୍ମିତା ଦିଖିତ୍ ଓ  ତାଙ୍କର ତିନି ମାସର ଛୋଟ ଝିଅ।  ସମସ୍ତ ଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପରିଚୟ ମିଳିପାରିନାହିଁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories