www.samajalive.in
Friday, December 5, 2025
20.1 C
Bhubaneswar

“ସମାଜ”ର ପ୍ରଭାବ : ଖବର ପ୍ରକାଶ ପରେ ଆଶ୍ରୟ ଗୃହକୁ ଗଲେ ମାନସିକ ଅନଗ୍ରସର ବୃଦ୍ଧା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ବଜାରରେ ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଜଣେ ମାନସିକ ଅନଗ୍ରସର ମହିଳା ଅସହାୟ ଅବସ୍ଥାରେ ମାଗିଯାଚି ଖାଉଥିଲେ।  ବର୍ତମାନ ସେ ବାର୍ଦ୍ଧକ୍ୟର ଅପରାହ୍ନରେ ପହଞ୍ଚିଥିବାବେଳେ ଏବେ ସେ ଆଉ ଚଲାବୁଲା କରିପାରୁନାହାନ୍ତି।  ବୃଦ୍ଧାବସ୍ଥା ସହିତ ଏକ ରୋଗଜନିତ କାରଣରୁ ଠିକ୍ ଭାବେ ଗାଧୁଆ ପାଧୁଆ ନକରିବା କାରଣରୁ ଦୁର୍ଗନ୍ଧ ଯୋଗୁଁ ଲୋକମାନେ ତାଙ୍କ ପାଖ ମାଡୁନଥିଲେ। ସେହିପରି ବାହାରେ ଲୋକଙ୍କ ଦୋକାନ ଦୂଆରେ ଶୋଇ ଜୀବନ ବିତାଉଥିଲେ। ଏନେଇ ଗତ ଅଗଷ୍ଟ ୨୨ ତାରିଖରେ “ସମାଜ”ରେ ଖବର ପ୍ରକାଶ ପାଇଥିଲା। ଯାହାକୁ ଜଣେ ସ୍ବେଚ୍ଛାସେବୀ ବିଶ୍ବରଞ୍ଜନ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରି ଅଭିଯୋଗ ଶୁଣାଣି ମାଧ୍ୟମରେ ଜଣାଇ ଥିଲେ। ଏବଂ ସେ ଅନ୍ୟ କିଛି ବିଭାଗୀୟ ମୁଖ୍ୟ ଓ ଅଧିକାରୀ ଙ୍କୁ ମଧ୍ୟ ଟ୍ବିଟ୍ ମାଧ୍ୟମରେ ଜଣାଇଥିଲେ।

ଯାହାକୁ ନେଇ ସମ୍ପୃକ୍ତ ବୃଦ୍ଧା ଙ୍କୁ ଆଶ୍ରୟ ଗୃହରେ ନେଇ ରଖାଯିବା ପାଇଁ  ବ୍ୟବସ୍ଥା କରାଯାଇଥିଲା। ତେବେ ତାଙ୍କ ବଦଳରେ ଅନ୍ୟ ଜଣଙ୍କୁ ନିଆଯାଇ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏନେଇ  ସେପ୍ଟେମ୍ବର ୨୮ ତାରିଖ ଦିନ ପୁଣି ଖବର ପ୍ରକାଶିତ ହେବା ପରେ ସମ୍ପୃକ୍ତ ସ୍ବେଚ୍ଛାସେବୀ ଜଣଙ୍କ ପୁଣି ଟ୍ବିଟ୍ କରି ଜଣାଇବା ପରେ ମାନସିକ ଅନଗ୍ରସର ବୃଦ୍ଧା ଙ୍କୁ ଲକ୍ଷ୍ମୀପୁରରୁ ଉଦ୍ଧାର କରି ଉକ୍ତ ସଂସ୍ଥା ନେଇଥିବା ଜଣାପଡିଛି। ତେବେ “ସମାଜର ପ୍ରୟାସ ଯୋଗୁଁ ଜଣେ ମାନସିକ ଅନଗ୍ରସର ନିରାଶ୍ରୟ ମହିଳା ଙ୍କୁ ଆଶ୍ରୟ ଗୃହ ମିଳିଲା ବୋଲି ସାଧାରଣରେ କୁହାଯାଉଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories