ଉତ୍ତରଭୁବନେଶ୍ଵର: ମହାସପ୍ତମୀ ତିଥିରେ ସୋମବାର ଧରାବତରଣ କରିବେ ମା’ ଜଗତଜନନୀ । ରବିବାର ମା’ଙ୍କ ଷଷ୍ଠୀ ପୂଜା ଓ ବିଲ୍ଵବରଣ ଶେଷ ହୋଇଥିବାବେଳେ ପଞ୍ଜିକା ତିଥି ଅନୁଯାୟୀ ସମସ୍ତ ପୂଜା ସମ୍ପନ୍ନ କରାଯାଇଛି। ସୋମବାର ମା’ ମଣ୍ଡପରେ ବିରାଜିବେ । ଶିଳ୍ପୀମାନେ ମା’ଙ୍କ ଅନ୍ତିମ ସ୍ପର୍ଶ ଶେଷ କରିଥିବା ବେଳେ ଶାରଦୀୟ ଦୁର୍ଗାପୂଜା ପାଇଁ ସମଗ୍ର ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଛି। ଚଳିତବର୍ଷ ରାଜଧାନୀ ଭୁବନେଶ୍ବରରେ ଛୋଟ ବଡ ୧୯୩ରୁ ଅଧୂକ ମଣ୍ଡପରେ ମା’ ପୂଜା ପାଉଥିବା ଜଣାପଡ଼ିଛି। ଚଳିତ ବର୍ଷ ଭିନ୍ନ ଭିନ୍ନ ଢ଼ଙ୍ଗରେ ମଣ୍ଡପଗୁଡ଼ିକରେ ସାଜସଜ୍ଜା ଓ ତୋରଣ ଶୋଭା ପାଇଛି। ଆଲୋକ ମାଳାରେ ରଙ୍ଗିନ୍ ହୋଇ ଉଠିଛି ଅଞ୍ଚଳ। ମା’ଙ୍କ ସପ୍ତମୀ ପୂଜା ପୂଜାମଣ୍ଡପ ଚଳଚଞ୍ଚଳ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରବିବାର ଅପରାହ୍ଣ ୩ଟା ପରଠାରୁ ମା’ଙ୍କ ବେଲ୍ଵବରଣ ଆରମ୍ଭ ହୋଇଛି।
ସୋମବାର ସକାଳୁ ମା’ଙ୍କ ମହାସପ୍ତମୀ ପୂଜା ପାଇଁ ଜଳଯାତ୍ରା କରାଯାଇ ଦିନ ୧୦ଟା ପରଠାରୁ ଯଥାବିଧୂ ପୂଜା ଆରମ୍ଭହେବ ବୋଲି ଜଣାପଡ଼ିଛି। ପଡ଼ିଛି। ୧୨ଟାରୁ ଚକ୍ଷୁଦାନ କରାଯିବା ସହ ଦିନ ୨ଟା ଭିତରେ ମା’ଙ୍କ ଆରତୀ ଓ ପୁଷ୍ପାଞ୍ଜଳି ଷ୍ପାଞ୍ଜଳି ପ୍ରଦାନ କାର୍ଯ୍ୟକ୍ରମ ରହିଛି। ରବିବାରଠାରୁ ପୂଜାର ଅବ୍ୟବହିତ ପୂର୍ବରୁ ମଣ୍ଡପ ନିକଟରେ ଭିଡ଼ ଜମିବା ଆରମ୍ଭ ହୋଇଛି । ନାଲି, ନେଳି ଆଲୋକମାଳାରେ ସହର ଝଲସି ଉଠୁଥିବାବେଳେ ମଣ୍ଡପ ପାଖରେ ଭିଡ଼ ଜମୁଛି। ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମୀନାବଜାର ଓ ରାମଦୋଳି ବ୍ୟବସ୍ଥା ହୋଇଥିବାରୁ ଶ୍ରଦ୍ଧାଳୁ ସେଠାରେ ଭିଡ ଜମାଉଛନ୍ତି ।



