www.samajalive.in
Saturday, December 6, 2025
23.1 C
Bhubaneswar

ୱାଙ୍ଗଚୁକଙ୍କ ସଂସ୍ଥାକୁ ବିଦେଶୀ ପାଣ୍ଠି ମନା

ନୂଆଦିଲ୍ଲୀ: ଲଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ ବୁଧବାର ହୋଇଥିବା ହିଂସାକୁ ନେଇ କେନ୍ଦ୍ର ସରକାର ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୱାଙ୍ଗଚୁକଙ୍କ ଦ୍ବାରା ପରିଚାଳିତ ଏନଜିଓ ଷ୍ଟୁଡେଣ୍ଟ ଏଜୁକେସନ ଆଣ୍ଡ କଲଚରାଲ ମୁଭମେଣ୍ଟ ଅଫ୍ ଲଦାଖ (ଏସ୍‌ଇସିଏମ୍ଓଏଲ୍‌)ର ଏଫସିଆରଏ ଲାଇସେନ୍ସକୁ ରଦ୍ଦ କରିଦେଇଛନ୍ତି। ବିଦେଶ ଅନୁଦାନ (ରେଗୁଲେସନ) ଆଇନ (ଏଫସିଆରଏ) ଲାଇସେନ୍ସ ଦ୍ବାରା ୱାଙ୍ଗଚୁକଙ୍କ ଏନଜିଓ ବିଦେଶରୁ ପାଣ୍ଠି ସଂଗ୍ରହ କରିପାରୁଥିଲା। ମାତ୍ର ଏହି ପାଣ୍ଠି ବଳରେ ୱାଙ୍ଗଚୁକ ହିଂସା ଘଟାଇଥିବା ଅଭିଯୋଗ ହୋଇଛି।

ବୁଧବାର ଲଦାଖ ରାଜ୍ୟ ମାନ୍ୟତା ଦାବିରେ ହୋଇଥିବା ହିଂସାର ସୂତ୍ରଧର ଭାବେ ୱାଙ୍ଗଚୁକଙ୍କୁ ଚିହ୍ନଟ କରାଯାଇଛି। ଏପରି କି ୱାଙ୍ଗଚୁକ ତାଙ୍କ ଏନଜିଓ ମାଧ୍ୟମରେ ବିଦେଶରୁ ପାଉଥିବା ଅର୍ଥର ଦୁରୁପଯୋଗ କରି ଏହି ହିଂସା ଘଟାଇଥିବା ଅଭିଯୋଗ କରାଯାଇଛି। ହିଂସା ଘଟାଇବା ଲାଗି ସେ ଯୁବକମାନଙ୍କୁ ମତେଇଥିଲେ। କାରଣ ୱାଙ୍ଗଚୁକଙ୍କ ଭାଷଣ ପରେ ଯୁବକମାନେ ବିଜେପି କାର୍ଯ୍ୟାଳୟରେ ପୋଡାଜଳା କରିଥିଲେ। ପରେ ସେମାନେ ହିଲ୍ କାଉନସିଲ ମୁଖ୍ୟାଳୟ ଓ ପୁଲିସ ଗାଡି ପୋଡାଜଳା କରିଥିଲେ। ହିଂସା ଯୋଗୁଁ ୪ଜଣଙ୍କର ମୃତ୍ୟୁ ହେବା ସହ ୭୦ରୁ ଅଧିକ ଆହତ ହୋଇଥିଲେ। ଲଦାଖକୁ ରାଜ୍ୟ ମାନ୍ୟତା ସହିତ ଏହାକୁ ଷଷ୍ଠ ଅନୁଚ୍ଛେଦରେ ସାମିଲ କରିବାକୁ ଦାବି କରାଯାଇଛି।

- Advertisement -

ଏଫସିଆରଏ ଉଲ୍ଲଙ୍ଘନ କରିବାକୁ ନେଇ ୱାଙ୍ଗଚୁକଙ୍କ ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ୱାଙ୍ଗଚୁକ୍ ସେପ୍ଟେମ୍ବର ୧୦ରୁ ଅନଶନ ଚଳାଇଥିଲେ। ମାତ୍ର ତାଙ୍କର ଏହି ଅନଶନ ହଠାତ୍ ହିଂସାତ୍ମକ ରୂପ ନେଇଥିଲା। ରିପୋର୍ଟରୁ ଜଣାଯାଇଛି ଯେ ଗତ ଫେବୃଆରୀ ୬ରେ ୱାଙ୍ଗଚୁକ୍ ପାକିସ୍ତାନ ଗସ୍ତ କରିଥିଲେ। ୱାଙ୍ଗଚୁକଙ୍କ ଦ୍ବାରା ସ୍ଥାପିତ ହିମାଳୟନ ଇନଷ୍ଟିଚ୍ୟୁଟ୍ ଅଫ୍ ଅଲଟରନେଟିଭ୍ ଲଦାଖ (ଏଚଆଇଏଏଲ୍‌)କୁ ଦିଆଯାଇଥିବା ଜମିକୁ ଗତ ଅଗଷ୍ଟରେ ଲଦାଖ ପ୍ରଶାସନ ପ୍ରତ୍ୟାହାର କରି ନେଇଥିଲା। ଏହାକୁ ନେଇ ପ୍ରଶାସନ ଉପରେ ୟାଙ୍ଗଚୁକ୍ ଏକପ୍ରକାର କ୍ଷୁବ୍ଧ ଥିଲେ। ଲଦାଖ ରାଜ୍ୟ ମାନ୍ୟତା ଦାବିରେ ହୋଇଥିବା ହିଂସାକୁ ନେଇ ପୁଲିସ ୫୦ଜଣଙ୍କୁ ଗିରଫ କରିଛି। ପୁଲିସ ରାତି ଅଧିଆ ଚଢଉ କରି ହିଂସାକାରୀଙ୍କୁ ଗିରଫ କରିଛି। ଲଦାଖ ଉପରାଜ୍ୟପାଳ କବିନ୍ଦର ଗୁପ୍ତା କହିଛନ୍ତି ଯେ ହିଂସାରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ ଏହି ଘଟଣାକୁ ନେଇ ଲେହ ହିଲ୍‌ କାଉନସିଲର କଂଗ୍ରେସ କାଉନସିଲର ଫୁସୋଙ୍ଗ ଷ୍ଟାନଜିନ୍ ସେପାଙ୍ଗଙ୍କ ବିରୋଧରେ ଏତଲା ଦାୟର କରିଛି। ତେବେ ଫୁସୋଙ୍ଗଙ୍କୁ ଗିରଫ କରାଯାଇଛି କି ନାହିଁ ତାହା ଜଣାପଡି ନାହିଁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories