www.samajalive.in
Friday, December 5, 2025
20.1 C
Bhubaneswar

ସାର ପାଇଁ ରାସ୍ତାରୋକ

ବୌଦ୍ଧ : ଦକ୍ଷିଣ ଓଡିଶା ପରେ ଏବେ ପୁଣି ଥରେ ପଶ୍ଚିମ ଓଡିଶାରେ ତେଜିଲା ସାର ସଙ୍କଟ। ସାରା ରାତି ଉଜାଗର ରହି ସାର ପାଇଁ ଜଗିଛନ୍ତି ତଥାପି ସାର ମିଳୁନି। ଫଳରେ ଉତ୍ତ୍ୟକ୍ତ ଚାଷୀମାନେ ରାସ୍ତାରୋକ କରିଛନ୍ତି। ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ସେବା ସମବାୟ ସମିତିରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି। କଳାବଜାରୀ ଉପରେ ରୋକ୍ ଲଗାଇବା ସହ ବେଆଇନ ମହଜୁଦକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାଜ୍ୟବ୍ୟାପୀ ଧରପଗଡ଼ ଚାଲିଥିଲେ ବି ସାର ସଙ୍କଟ ଶେଷ ହେଉନାହିଁ ।

ଗତ ୧୩ ତାରିଖରେ ସାର ସଙ୍କଟକୁ ନେଇ ଚାଷୀମାନେ ସମବାୟ ସମିତି ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ। ତଥାପି ସାର ସମସ୍ୟାର ସମାଧାନ ହେଉନି। ବୁଧବାର ସକାଳ ୫ଟାରୁ ଚାଷୀମାନେ ସମବାୟ ସମିତି ସାମ୍ନାରେ ଲମ୍ବା ଲାଇନ୍ ଲଗାଇବା ପରେ ବି ସାର ମିଳିନଥିବା ଅଭିଯୋଗ ହୋଇଛି। ଏ ନେଇ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡିମୋଟର ଅଟକି ରହିଛି। ତା ମଧ୍ୟରେ ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିବା ଦେଖିବାକୁ ମିଳିଛି।

- Advertisement -

 

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories