www.samajalive.in
Saturday, December 13, 2025
26.1 C
Bhubaneswar

କାର୍‌-ଅଟୋ ମୁହାଁମୁହିଁ ଧକ୍କା : ୩ ଗୁରୁତର

ଲମତାପୁଟ : ଲମତାପୁଟ ମାଛକୁଣ୍ଡ ଥାନା ମାଲେଗା ଛକ ନିକଟରେ କାର୍‌-ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ତୁଷୁବା ଅଞ୍ଚଳରୁ ଏକ ଅଟୋ ଚାରି ଜଣ ଯାତ୍ରୀଙ୍କୁ ନେଇ ଲମତାପୁଟ ଆସୁଥିବାବେଳେ ବିପରିତ ଦିଗରୁ ଏକ କାର ଦ୍ରୁତ ଗତିରେ ଆସି ଅଟୋ କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଅଟୋଟି ଭାଙ୍ଗିରୁଜି ଚୁରମାର୍‌ ହୋଇଯାଇଥିଲା।

ଅଟୋରେ ବସିଥିବା ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇ ରାସ୍ତା ଉପରେ ପୋଡି ରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ଲମତାପୁଟଠାରୁ ବିଶାଖାପାଟଣାକୁ ଯାତାୟାତ କରୁଥିବା ଗାଡି ଚଳାଚଳରେ ବାଧ୍ୟ ସୃଷ୍ଟି କରିଛି।  ଜଣକୁ କୋରାପୁଟ ଓ ଅନ୍ୟ ଜଣେ ଆହତଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories