www.samajalive.in
Friday, December 12, 2025
16.1 C
Bhubaneswar

ପ୍ରବଳ ବର୍ଷାରେ ଉବୁଡୁବୁ କଲକାତା; ଏଯାଏ ୫ ମୃତ, ସତର୍କ ସୂଚନା ଜାରି

କଲକାତା : କଲକାତାରେ ସୋମବାର ବିଳମ୍ବିତ ରାତିରୁ ପ୍ରବଳରୁ ଅତି ପ୍ରବଳରୁ ବର୍ଷା ହୋଇଛି। ଫଳରେ ସହର ସାରା ଜନଜୀବନ ପ୍ରଭାବିତ ହୋଇଛି। ପାଗରେ ହଠାତ୍‌ ପରିବର୍ତ୍ତନ ହେବାରୁ ପ୍ରବଳ ବର୍ଷା ଫଳରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛିṣ । କେତେକ ଅଞ୍ଚଳରେ ପାଣିରେ ବିଦ୍ୟୁତ୍‌ ଲାଗି ୫ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷାର ରେକର୍ଡ ୨୫୦ ମିଲିମିଟର ହୋଇଛି ।
୧୩୧୧୧ ୟୁପି ଇଜାରଦ୍ୱାରୀ ଏକ୍ସପ୍ରେସ ଓ ୧୩୧୭୭ ସିୟାଲଦହ ଜଙ୍ଗୀପୁର ଏକ୍ସପ୍ରେସକୁ ବାତିଲ କରାଯାଇଛି । ଦକ୍ଷିଣ ସିୟାଲଦହ ଖଣ୍ଡରେ ଟ୍ରେନର ପରିଚାଳନା ଧିମା ହୋଇଯାଇଛି । ରେଳ ଧାରଣା ଜଳମଗ୍ନ ହୋଇଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦିନରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।

କଲକାତା ମ୍ୟୁନିସିପାଲ କର୍ପୋରେସନ ଅନୁଯାୟୀ, ଅନେକ ଲୋକଙ୍କ ଘର, ପରିସର ଏବଂ କାର୍ଯ୍ୟାଳୟରେ ପାଣି ପ୍ରବେଶ କରିଛି। ଯୋଧପୁର ପାର୍କରେ ୨୮୪ ମିମି, ଗରିଆ କାମଦାହାରୀରେ ୩୩୨ ମିମି, ତୋପସିଆରେ ୨୭୫ ମିମି, କାଲିଘାଟରେ ୨୮୦ ମିମି ଏବଂ ବାଲିଗଞ୍ଜରେ ୨୬୪ ମିମି ବର୍ଷା ରେକର୍ଡ କରାଯାଇଛି। ଆଗାମୀ ଦିନରେ ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ବୁଧବାର ମେଦିନୀପୁର, ପଶ୍ଚିମ ମେଦିନୀପୁର ଏବଂ ଦକ୍ଷିଣ ୨୪ ପରଗନାରେ ବର୍ଷା ହେବାର ସମ୍ଭାବନା ରହିଛି।

କନ୍ୟା ରାଶିରେ ପ୍ରବେଶ କରିବେ ଶୁକ୍ର: ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ..

- Advertisement -

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories