www.samajalive.in
Monday, December 8, 2025
24.1 C
Bhubaneswar

ଆଜି ଜୁବିନ ଗର୍ଗଙ୍କ ଶେଷକୃତ୍ୟ: ଶ୍ରଦ୍ଧାଞ୍ଜଳି ଜଣାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଗୁଆହାଟୀ: ସିଙ୍ଗାପୁରରେ ଏକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ବଲିଉଡ ଗାୟକ ଜୁବିନ ଗର୍ଗଙ୍କ ଶେଷକୃତ୍ୟ ମଙ୍ଗଳବାର ସମ୍ପନ୍ନ ହେବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି। ମଙ୍ଗଳବାର ସକାଳ ୭ଟା ୩୦ରୁ ଜୁବିନଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ଶ୍ମଶାନକୁ ନିଆଯିବ। ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ଜୁବିନଙ୍କ ମୃତଦେହକୁ ବର୍ତ୍ତମାନ ଅର୍ଜୁନ ଭୋଗେଶ୍ବର ବରୁଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ରଖାଯାଇଛି। ଏହି ଅବସରରେ ମଙ୍ଗଳବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ସମେତ କାମରୂପ ଜିଲାର ସରକାରୀ କାର୍ଯ୍ୟାଳୟଗୁଡିକ ବନ୍ଦ ରହିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ‘ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ’ରେ ଯୋଗଦେବାକୁ ଜୁବିନ ସିଙ୍ଗାପୁର ଯାଇଥିଲେ। ତେବେ ଚଳିତମାସ ୧୯ରେ ସ୍କୁବା ଡାଇଭିଂ କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଜୁବିନଙ୍କ ସମ୍ମାନାର୍ଥେ ଆସାମ ସରକାର ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

ଅପରପକ୍ଷରେ ରବିବାର ଜୁବିନଙ୍କ ମରଶରୀର ଗୁଆହାଟୀରେ ପହଞ୍ଚିବାପରେ ଏହି ଲୋକପ୍ରିୟ ଗାୟକଙ୍କ ଶେଷ ଦର୍ଶନ ପାଇବାକୁ ସମଗ୍ର ସହର ଜନ ସମୁଦ୍ରରେ ପରିଣତ ହୋଇଥିଲା। ଜୁବିନଙ୍କ ଶବ ଶୋଭାଯାତ୍ରାରେ ସାମିଲ ଲୋକଙ୍କ ସଂଖ୍ୟା ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛି। ଏହା ବିଶ୍ବରେ ଚତୁର୍ଥ ଜନବହୁଳ ବୋଲି କୁହାଯାଇଛି। ପପ୍‌ ଗାୟକ ମାଇକେଲ ଜ୍ୟାକସନ, ପୋପ୍‌ ଫ୍ରାନସିସ୍‌ ଓ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରେ ଲୋକେ ବହୁସଂଖ୍ୟାରେ ଜୁବିନଙ୍କ ଶୋଭାଯାତ୍ରା​‌େ​‌ର ସାମିଲ ହୋଇଥିବା ଜଣାପଡିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories