www.samajalive.in
Monday, December 8, 2025
13.1 C
Bhubaneswar

ଟ୍ରମ୍ପଙ୍କ ଏଚ୍‌-୧ବି ଭିସାର ମୁକାବିଲା କରିବ ଚୀନ; ଯୁବ ପ୍ରତିଭାଙ୍କୁ ଆକୃଷ୍ଟ କରିବାକୁ କେ-ଭିସା

ବେଜିଂ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଏଚ୍‌-୧ବି ଭିସାର ମୂଲ୍ୟ ୧ ଲକ୍ଷ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୮୮ ଲକ୍ଷ ଟଙ୍କା)କୁ ବୃଦ୍ଧି କରିଛନ୍ତି। ଏହାକୁ ନେଇ ଆମେରିକାରେ କାର୍ଯ୍ୟରତ ସଫ୍ଟୱେୟାର ଇଞ୍ଜିନିୟର ଓ ଅନ୍ୟ ବୈଷୟିକ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡିଯାଇଛି। ଏହି ପରିପ୍ରେକ୍ଷୀରେ ଟ୍ରମ୍ପଙ୍କ ନିଷ୍ପତ୍ତିର ମୁକାବିଲା କରିବାକୁ ଏବଂ ଯୁବ ପ୍ରତିଭାଙ୍କୁ ଆକୃଷ୍ଟ କରିବାକୁ ଚୀନ୍‌ ସରକାର ବର୍ତ୍ତମାନ କେ-ଭିସା ସିଷ୍ଟମ ପ୍ରଚଳନ କରିଥିବା ଜଣାପଡିଛି। ସାଧାରଣ ଭିସା ବ୍ୟତୀତ ଚୀନ୍‌ ପକ୍ଷରୁ ଯୁବ ବୈଜ୍ଞାନିକ ଓ ବୈଷୟିକ ପେସାଦାରମାନଙ୍କ ପାଇଁ ଏଭଳି ସ୍ବତନ୍ତ୍ର ଭିସାର ବ୍ୟବସ୍ଥା କରାଯାଇଛି। ଏହି ବର୍ଗରେ ସାମିଲ ହେବାକୁ ଥିବା ବିଦେଶୀଙ୍କ ପାଇଁ କେ-ଭିସା ସମ୍ପର୍କିତ ନିଷ୍ପତ୍ତିକୁ ଚୀନ ପ୍ରଧାନମନ୍ତ୍ରୀ ଲି କ୍ବିଆଙ୍ଗ ଅନୁମୋଦନ କରିଛନ୍ତି। ଏହି ଭିସା ଅକ୍ଶେବର ୧ରୁ କାର୍ଯ୍ୟକାରୀ କରାଯିବ ବୋଲି ଚୀନ୍‌ର ସମ୍ବାଦ ସରବରାହ ସଂସ୍ଥା ଜିନ୍‌ହୁଆ ସୂତ୍ରରୁ ଜଣାପଡିଛି।

ଚୀନ୍‌ ସରକାର ବର୍ତ୍ତମାନ ୧୨ ପ୍ରକାର ଭିସା ପ୍ରଦାନ କରୁଛନ୍ତି। ତେବେ ଅନ୍ୟ ଭିସା ତୁଳନାରେ କେ-ଭିସା ବିଦେଶୀ ନାଗରିକଙ୍କୁ ଚୀନ୍‌ରେ ଅଧିକ ସମୟ ଅବସ୍ଥାନ ଏବଂ ଏକାଧିକ ଥର ଭ୍ରମଣ କରିବାର ସୁବିଧା ଯୋଗାଇବ ବୋଲି କୁହାଯାଇଛି। କେ-ଭିସା ପାଇଥିବା ବ୍ୟକ୍ତି ଚୀନ୍‌ରେ ପ୍ରବେଶ କରିବାପରେ ଶିକ୍ଷା, ସଂସ୍କୃତି, ବିଜ୍ଞାନ ଓ କାରିଗରୀକୌଶଳ ସମେତ ଶିଳ୍ପ ଓ ବ୍ୟବସାୟିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିବେ। ତେବେ ଏଭଳି ଭିସା ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କୁ ଧାର୍ଯ୍ୟ ମାନଦଣ୍ଡ ଏବଂ ଚୀନ୍‌ରେ ପ୍ରଚଳିତ ନିୟମ କାନୁନ ଅନୁସରଣ କରିବାକୁ ପଡିବ। କେ-ଭିସା ପାଇଁ ଆବେଦନକାରୀଙ୍କ ବୟସ କିମ୍ବା ସ୍ଥାନୀୟ ନିଯୁକ୍ତିଦାତାଙ୍କ ସ୍ବୀକାରୋକ୍ତି ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି।

- Advertisement -

ଏହି ମର୍ମରେ ଚୀନ୍‌ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚୀନ୍‌ରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ନିମନ୍ତେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ପ୍ରତିଭାଙ୍କର ଆବଶ୍ୟକତା ରହିଛି। ଏହାଦ୍ବାରା ବିଦେଶୀ ପ୍ରତିଭାଙ୍କୁ ଅର୍ଥ ଉପାର୍ଜନର ସୁବିଧା ମଧ୍ୟ ମିଳିପାରିବ। ଚୀନ୍‌ ଇତିମଧ୍ୟରେ ବିଦେଶୀ ଯୁବ ପ୍ରତିଭାଙ୍କୁ ଆକୃଷ୍ଟ କରିବାକୁ ୭୫ଟି ରାଷ୍ଟ୍ର ସହ ଭିସା ମୁକ୍ତ ପ୍ରବେଶ ବୁଝାମଣା ସ୍ବାକ୍ଷର କରିସାରିଛି। ଫଳରେ ଚୀନକୁ ବିଦେଶୀ ନାଗରିକଙ୍କ ଆଗମନ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories