www.samajalive.in
Saturday, December 6, 2025
15.1 C
Bhubaneswar

ବିମାନ ଚକରେ ଲୁଚି କାବୁଲରୁ ଦିଲ୍ଲୀ ଯାତ୍ରା କଲା ନାବାଳକ

ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ଆଶ୍ଚର୍ଯ୍ୟ କରୁଥାଇପାରେ, କିନ୍ତୁ ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ନାବାଳକ ବିମାନ ଚକରେ ଲୁଚି ଛପି ଯାତ୍ରା କରିଛି। ଆଫଗାନିସ୍ତାନର କାବୁଲରୁ ୯୪ ମିନିଟ ଧରି ବାଳକଟି ବିମାନ ଚକରେ ଯାତ୍ରା କରି ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି। ଉଚ୍ଚ ଆକାଶରେ ଅମ୍ଳଜାନର ଅଭାବ ଏବଂ ପ୍ରବଳ ଥଣ୍ଡା ସତ୍ବେ ବାଳକ ଜୀବିତ ଅବସ୍ଥାରେ ନୂଆଦିଲ୍ଲୀରେ ପହଞ୍ଚିବା ସମସ୍ତଙ୍କୁ ଚକ୍କିତ କରିଛି।

ଏୟାରବସ ଏ୩୪୦ ସକାଳ ୮ଟା ୪୬ ମିନିଟରେ କାବୁଲରୁ ଉଡ଼ାଣ ଆରମ୍ଭ କରିଥିଲା। ନୂଅଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ୧୦ଟା ୨୦ ମିନିଟରେ ଅବତରଣ କରିଥିଲା। ଏହାର କିଛି ସମୟରେ ପରେ ବାଳକଟିକୁ ବିମାନ ନିକଟରେ ଏଣେତେଣେ ବୁଲୁଥିବା ଦେଖି ସିଆଇଏସଏଫ ଯବାନମାନେ ତାକୁ ଧରିଥିଲେ। ପଚରାଉଚରା କରିବା ପରେ ବାଳକଟି କାବୁଲରୁ ବିମାନ ଚକରେ ଲୁଚି ନୂଆଦିଲ୍ଲୀ ଆସିଥିବା କହିଥିଲା। ସିଆଇଏସଏଫ ବାଳକଟିକୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଥିଲା। ପରବର୍ତ୍ତୀ ସମୟରେ ତା’କୁ କାବୁଲ ପଠାଇ ଦିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories