www.samajalive.in
Friday, December 5, 2025
20.1 C
Bhubaneswar

୧୨୧ ଗ୍ରାମ୍ ବ୍ରାଉନ୍‌ସୁଗାର୍‌ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ଵର : ପାର୍ବଣ ପୂର୍ବରୁ ଓଡିଶା ପୁଲିସ୍‌ ନିଶା ବେପାରୀଙ୍କ ବିରୋଧରେ ଅପରେସନ୍ ପ୍ରହାର ଆରମ୍ଭ କରିଛି। ଏହି ଅଭିଯାନ ପୁଲିସକୁ ଗୋଟିଏ ଗୋଟିଏ ସଫଳତା ଦେଇ ଚାଲିଛି। ଆଜି (ଶୁକ୍ରବାର) ପୁଲିସ୍‌ ଜଣେ ନିଶା ବେପାରୀଙ୍କଠାରୁ ୧୨୧ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଅଭିଯୁକ୍ତ ଜଣକ ଅଜୟ କୁମାର ପରିଡା ଓରଫ ରାଜା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଅଜୟ କୁମାର ପରିଡା ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀ ପଡିଆ ବସ୍ତିରେ ରହୁଥିଲା। ସେ ବାଲେଶ୍ଵର ଏବଂ ଜଳେଶ୍ଵରରୁ ବ୍ରାଉନ୍ ସୁଗାର ଆଣି ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଖୁଚୁରା ବେପାରୀଙ୍କୁ ବିକ୍ରି କରୁଥିଲା। ପୁଣି ଏ ସମ୍ପର୍କରେ କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢାଉ କରି ୧୨୧ ଗ୍ରାମ୍ ବ୍ରାଉନ୍ ସୁଗାର ସହ ନଗଦ ୧ ହଜାର ଟଙ୍କା , ମୋବାଇଲ୍ ଫୋନ୍ ଏବଂ କିଛି ସିମ୍ କାର୍ଡ ଜବତ କରିଛି। ପୁଲିସ୍‌ ଅଭିଯୁକ୍ତ ରାଜାକୁ ଗିରଫ କରିବା ସହ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories