www.samajalive.in
Saturday, December 6, 2025
15.1 C
Bhubaneswar

ଫିଲ୍ମ ‘ସ୍ପିରିଟ୍ ପରେ ‘କଲ୍‌କୀ-୨’ରୁ ଦୀପିକା ବାହାର !

ଦିଲ୍ଲୀ :ନାଗ ଅଶ୍ୱିନଙ୍କ ଦ୍ବାରା ନିର୍ଦ୍ଦେଶିତ “କଳକି ୨୮୯୮ ଏଡି”ର ନିର୍ମାଣ କରିଥିବା ବୈଜୟନ୍ତୀ ମୁଭିଜ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏହି ଖବର ସେୟାର କରିଛି। ପୋଷ୍ଟରେ ଲେଖାଯାଇଛି ଯେ, “ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଉଛି ଯେ, ଦୀପିକା ପାଦୁକୋନ ଫିଲ୍ମ “କଳକି ୨୮୯୮ ଏଡି”ର ଆଗାମୀ ସିକ୍ୱେଲ୍‌ର ଅଂଶ ହେବେ ନାହିଁ। ବହୁତ ବିଚାର ବିମର୍ଶ ପରେ, ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ପ୍ରଥମ ଫିଲ୍ମରୁ ଦୀର୍ଘ ଯାତ୍ରା ସତ୍ତ୍ୱେ, ଆମେ ସହଭାଗୀତା ପାଇଲୁ ନାହିଁ। ଏବଂ “କଳକି ୨୮୯୮ ଏଡି” ଭଳି ଏକ ଫିଲ୍ମ ଅଧିକ ପ୍ରତିବଦ୍ଧତା ପାଇବାକୁ ଯୋଗ୍ୟ। ଆମେ ଦୀପିକାଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ।”

ପୋଷ୍ଟରେ ଏହା ସ୍ପଷ୍ଟ ଭାବରେ ସୂଚାଇ ଦିଆଯାଇଛି ଯେ, ନିର୍ମାତାମାନେ ଦୀପିକାଙ୍କର ଫିଲ୍ମ ପ୍ରତି ପ୍ରତିବଦ୍ଧତା ଉପରେ ସନ୍ଦେହ ରହିଛି, ଯେଉଁ କାରଣରୁ ତାଙ୍କୁ ପ୍ରୋଜେକ୍ଟରୁ ବାହାର କରିଦିଆଯାଇଛି।

- Advertisement -

ଏହା ପୂର୍ବରୁ, ଦୀପିକା ପାଦୁକୋନଙ୍କୁ ପ୍ରଭାସଙ୍କ ଅଭିନୀତ ଫିଲ୍ମ “ସ୍ପିରିଟ୍”ରୁ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ବାହାର କରିଥିଲେ। ସେ କହିଥିଲେ ଯେ, ଦୀପିକା ଅନେକ ଦାବି କରିଥିଲେ ଯାହା ନିର୍ମାତାଙ୍କୁ ପସନ୍ଦ ଆସିନଥିଲା, ଯେଉଁଥିରେ ୮ଘଣ୍ଟାର ସିଫ୍ଟ ମଧ୍ୟ ସାମିଲ ଥିଲା। ତେଣୁ ତାଙ୍କର ଏଭଳି ଦାବି ମାନିବା ଅପେକ୍ଷା ତାଙ୍କୁ ଫିଲ୍ମରୁ ବାହାର କରିଦେବା ଭଲ ବୋଲି ବିଚାର କରାଗଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories