www.samajalive.in
Sunday, December 14, 2025
26.1 C
Bhubaneswar

ବୁଲା କୁକୁର ଗଣନା ପାଇଁ ୫ ଲକ୍ଷ ଟଙ୍କାର ବଜେଟ୍

ଭୁବନେଶ୍ଵର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରଥମ ଥର ପାଇଁ ଆଜିଠାରୁ ବୁଲା କୁକୁର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଗୁରୁବାର ଭୋର ୫ଟା ରୁ ଆରମ୍ଭ ହୋଇ ସକାଳ ୭ଟା ଯାଏଁ ଗଣନା କାର୍ଯ୍ୟ ଚାଲିଥିଲା। ୬୭ଟି ଓ୍ବାର୍ଡରେ ମୋଟ୍ ୪୧୦ଟି ଟିମ୍ ସାମିଲ ହୋଇଛନ୍ତି।

ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି । ତେବେ ଏହାକୁ ନେଇ ବିଏମ୍‌ସି କମିଶନର ଚଞ୍ଚଲ ରାଣା କହିଛନ୍ତି ବୁଲା କୁକୁର ଗଣନା ପାଇଁ ୫ ଲକ୍ଷ ଟଙ୍କାର ବଜେଟ୍ ରହିଛି।

- Advertisement -

କୁକୁରମାନେ ଚଲାବୁଲା କରି ରାତିରେ ନିଜ ବାସସ୍ଥଳୀକୁ ଫେରନ୍ତି। ସକାଳ ୭ଟା ପରେ ଖାଦ୍ୟ ଅନ୍ବେଷଣରେ ବାହାରି ଯାଇଥାନ୍ତି। ତେଣୁ ଆମେ ଗଣନା ସମୟ ୫ଟାରୁ ୭ ଟା ପର୍ଯ୍ୟନ୍ତ ନିର୍ଦ୍ଧାରଣ କରିଛୁ। ପ୍ରତ୍ୟେକ ସାହି ଓ ଓ୍ବାର୍ଡରେ ୫ଟି ସଦସ୍ୟକୁ ନେଇ ଗୋଟିଏ ଲେଖାଏଁ ଟିମ୍ ଗଠନ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଟିମ୍ ୪ ଦିନ ଗଣନା କାର୍ଯ୍ୟ ସହ ବୁଲି ଦେଖିବେ। ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ଏକ ଟିମ୍  ବୁଲା କୁକୁର ସଂଖ୍ୟାର ବ୍ୟବଧାନ ଯାଞ୍ଚ କରିବେ।ଆମର ମାନବ ସମ୍ବଳ ଅଧିକ ଥିବାରୁ ଆମେ ଏଆଇ ଟେକ୍ନୋଲୋଜିର ବ୍ୟବହାର କରୁନାହୁଁ। ସ୍କୁଲ, ଆପର୍ଟମେଣ୍ଟ, ହାଟ, ବଜାର ଏବଂ ଗାଡି ତଳେ କୁକୁର ମାନେ ଶୋଇ ରହୁଛନ୍ତି ତାକୁ ଆମେ ନଜରରେ ରଖି ଗଣନା କରୁଥିବା କହିଛନ୍ତି ବିଏମସି କମିଶନର ଚଞ୍ଚଲ ରାଣା ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories