www.samajalive.in
Saturday, December 6, 2025
16.1 C
Bhubaneswar

ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଭୋଗ ଆଣିବା ମନା

ଭୁବନେଶ୍ଵର : ଚାଲିଛି ପାର୍ବଣ ଋତୁ। ଦୁର୍ଗା ପୂଜାକୁ ଆଉ ମାତ୍ର କିଛିଟା ଦିନ ବାକି ରହିଛି। ଭୁବନେଶ୍ଵର ମ୍ୟୁନିସପାଲ କର୍ପୋରେସନ୍ ଚଳିତବର୍ଷ ଦୁର୍ଗାପୂଜାରେ ପଲିଥିନ୍ ବ୍ୟାଗ୍‌ରେ ଭୋଗ ନ ନେବା ପାଇଁ ଲୋକଙ୍କୁ ଅପିଲ୍ କରିଛି। ପ୍ଲାଷ୍ଟିକ୍ ବ୍ୟବହାର ଏବଂ ପରିବେଶ ପ୍ରଦୂଷଣକୁ ରୋକିବା ଲାଗି ବିଏମସି ଏଭଳି ପଦକ୍ଷେପ ନେଇଛି। ବିଏମସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ବୋର୍ଡରେ କିଓସ୍କ ସ୍ଥାପନ କରାଯାଇ ସେଥିରେ ସଚେତନତା ବାର୍ତ୍ତା ଲେଖାଯିବ । ଏହି କିଓସ୍କ ଗୁଡିକ ବରମୁଣ୍ଡା, ସହିଦ ନଗର, ନୟାପଲ୍ଲୀ, ଝାରପଡା, ଡମଣା ଭଳି ବଡ ବଡ ପୂଜା ମଣ୍ଡପରେ ସ୍ଥାପନ କରାଯିବ। ବରିଷ୍ଠ ଅଧିକାରୀମାନେ ପର୍ଯ୍ୟାୟ କ୍ରମେ ଏସବୁ କିଓସ୍କରେ ବସିବେ। ସଚେତନ ଅଭିଯାନ ତଦାରଖ କରିବା ପାଇଁ ବିଏମସି ୩ ଜୋନାଲ ଡେପୁଟି କମିଶନରଙ୍କ ସମେତ ଅଧିକାରୀ ମାନଙ୍କୁ ନିଯୁକ୍ତ କରିବାକୁ ନିଷ୍ପତି ନେଇଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories