www.samajalive.in
Saturday, December 13, 2025
26.1 C
Bhubaneswar

ଜାମ୍ମୁ-କାଶ୍ମୀର ସଂରକ୍ଷଣ ଅଧ୍ୟାଦେଶ, ୨୦୧୯କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଜାମ୍ମୁ-କାଶ୍ମୀର ସଂରକ୍ଷଣ (ସଂଶୋଧନ) ଅଧ୍ୟାଦେଶ, ୨୦୧୯କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଗୁରୁବାର ଏହି ବିଷୟ ଘୋଷଣା କରିଛନ୍ତି। ଏହି ଅଧ୍ୟାଦେଶ ଲାଗୁ ହେଲେ, ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ରହୁଥିବା ଲୋକଙ୍କ ଭଳି ସଂରକ୍ଷଣ ମିଳିପାରିବ। ଜାମ୍ମୁ-କାଶ୍ମୀର ସଂରକ୍ଷଣ ଆଇନ ୨୦୦୪ରେ ସଂଶୋଧନ କରାଯିବା ପରେ ଏହି ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହା ଫଳରେ ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଏସସି, ଏସଟି ଓ ଓବିସି ଭଳି ଆରକ୍ଷଣ ସୁବିଧା ମିଳିପାରିବ। ଅର୍ଥ ମନ୍ତ୍ରୀ ଆଉ ଏକ ଘୋଷଣା କରି କହିଛନ୍ତି, କେନ୍ଦ୍ର କ୍ୟାବିନେଟ ଗୁଜୁରାଟ ରାଜକୋଟର ହିସାରରେ ନୂଆ ଗ୍ରୀନଫିଲଡ ବିମାନ ବନ୍ଦର ବିକାଶ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories