www.samajalive.in
Sunday, December 14, 2025
23.1 C
Bhubaneswar

ପୁରୀରେ ଦୁଇଟି ସିଏନ୍‍ଜି ଷ୍ଟେସନ ଉଦ୍‍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ, ଗଞ୍ଜାମ, ନୟାଗଡ଼ ଆଦି ଭୌଗୋଳିକ କ୍ଷେତ୍ର ନିମନ୍ତେ ପ୍ରାଧିକରଣ ପତ୍ର ପ୍ରାପ୍ତ କରିବାର ୬ ମାସ ମଧ୍ୟରେ ଗେଲ୍‍ ଗ୍ୟାସ ଲିମିଟେଡ଼ ଦ୍ୱାରା ସିଏନ୍‍ଜି ଷ୍ଟେସନ କାର୍ଯ୍ୟକ୍ଷମ

ପୁରୀ : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଗେଲ୍‍ ଗ୍ୟାସ ଲିମିଟେଡ଼ର ଦୁଇଟି କମ୍ପ୍ରେସ୍‍ଡ଼ ନ୍ୟାଚୁରାଲ ଗ୍ୟାସ (ସିଏନ୍‍ଜି) ଷ୍ଟେସନ ପୁରୀଠାରେ ଉଦ୍‍ଘାଟନ କରିଛନ୍ତି। ଏ କେ ଜାନା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଗେଲ୍‍ ଗ୍ୟାସ ଲିମିଟେଡ଼୍‍, ଗଜେନ୍ଦ୍ର ସିଂ, ନିର୍ଦ୍ଦେଶକ (ମାର୍କେଟିଙ୍ଗ୍‍), ଗେଲ ଇଣ୍ଡିଆ ଲିମିଟେଡ, ଦୀପକ ସାୱନ୍ତ, ଚିଫ୍‍ ଜେନେରାଲ ମ୍ୟାନେଜର (ମାର୍କେଟିଂ), ଗେଲ୍‍ ଗ୍ୟାସ ଲିମିଟେଡ଼୍‍ , ଶୁଭଜିତ ଘୋଷ, ଚିଫ୍‍ ଜେନେରାଲ ମ୍ୟାନେଜର, ଆଇଓସିଏଲ ଏବଂ ରାଜ୍ୟ ସ୍ତରୀୟ ସଂଯୋଜକ, ତୈଳ ଉଦ୍ୟୋଗ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତି ଥିଲେ।
ମନ୍ତ୍ରୀ  ଶ୍ରୀ ପ୍ରଧାନ ଏହି ଅବସରରେ କହିଥିଲେ ଯେ, ବାଲୁଖଣ୍ଡ ଏବଂ ଉତ୍ତରା ଛକ ନିକଟରେ ଥିବା ଏହି ଦୁଇଟି ସିଏନ୍‍ଜି ଷ୍ଟେସନ ପବିତ୍ର ଆଧ୍ୟାତ୍ମିକ ପୁରୀ ସହରରେ ପରିବେଶ ଉପଯୋଗୀ ଯାତାୟତ ନେଟ୍‍ୱର୍କ ନିର୍ମାଣ କରିବାରେ ସହାୟକ ହେବ। ସିଏନ୍‍ଜି ଚଳିତ ଶତାବ୍ଦୀର ନୂତନ ତଥା ସବୁଜ ଇନ୍ଧନ ଭାବେ ସହଜରେ ଉପଲବ୍ଧ ହେଉଥିବାରୁ ବର୍ତ୍ତମାନ ପୁରୀ ସହରରେ ଯାନବାହନ ଚଳାଚଳରେ ସବୁଜ ଇନ୍ଧନର ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ମିଳିବ। କେନ୍ଦ୍ର ସରକାରଙ୍କ ପାଇପ ଯୋଗେଁ ଗ୍ୟାସ ଯୋଗାଣ ପରି ଉଚ୍ଚଭିଳାଷୀ ପ୍ରକଳ୍ପ ଓଡିଶାରେ ବିଭିନ୍ନ ଜିଲାମାନଙ୍କରେ ଲକ୍ଷ ଲକ୍ଷ ଲୋକଙ୍କୁ ଉପକୃତ କରିବା ସଙ୍ଗେସଙ୍ଗେ ଆଗାମୀ ଦିନରେ ଓଡିଶାର ପୁରପଲ୍ଲୀରେ ଲୋକମାନେ ଘରେ ଘରେ ପାଇପ ଯୋଗେଁ ଗ୍ୟାସ ପାଇପାରିବେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ପ୍ରଥମ ଅଟୋ-ରିକ୍ସାରେ ଏହି ପରିବେଶ ଉପଯୋଗୀ ଇନ୍ଧନ ମଧ୍ୟ ଭର୍ତ୍ତି କରିଥିଲେ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ଼ ଦ୍ୱାରା ପୁରୀ, ଗଞ୍ଜାମ, ନୟାଗଡ଼ ଆଦି ଭୌଗୋଳିକ କ୍ଷେତ୍ରରେ ସହରୀ ଗ୍ୟାସ ବିତରଣ ନେଟ୍‍ୱର୍କ ସ୍ଥାପନ କରିବା ନିମନ୍ତେ ପ୍ରାଧିକରଣ ପତ୍ର ପ୍ରାପ୍ତ କରିବାର ୬ ମାସ ମଧ୍ୟରେ ସହରୀ ଗ୍ୟାସ ବିତରଣ କମ୍ପାନୀ ଗେଲ୍‍ ଗ୍ୟାସ ଲିମିଟେଡ଼୍‍, ଏହି ସିଏନ୍‍ଜି ଷ୍ଟେସନଗୁଡ଼ିକୁ ଆରମ୍ଭ କରିଛି। ଗେଲ୍‍ ଗ୍ୟାସ ଆସନ୍ତା ୮ ବର୍ଷ ମଧ୍ୟରେ ୧୫ଟି ସିଏନ୍‍ଜି ଷ୍ଟେସନ ନିର୍ମାଣ କରିବାର ଲକ୍ଷ୍ୟ ରଖିଛି। ପୁରୀ ଜିଲାରେ ଏହି ସିଏନ୍‍ଜି ଷ୍ଟେସନ କାର୍ଯ୍ୟକାରୀ ହେବା ପରେ ସହର ମଧ୍ୟରେ ତଥା ସହର-ସହର ମଧ୍ୟରେ ଯାନବାହନ ଚଳାଚଳରେ ସବୁଜ ଇନ୍ଧନର ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ମିଳିବ। ପୁରୀ ସହରରେ ସିଏନ୍‍ଜିର ଉପଲବ୍ଧତାକୁ ଏହା ଭାରତର ସବୁଜ ମାନଚିତ୍ରରେ ସ୍ଥାନିତ କରିବ। କମ୍ପାନୀ ନିଜର ଏକ ସ୍ୱତନ୍ତ୍ର ସିଏନ୍‍ଜି ଷ୍ଟେସନ ପୁରୀଠାରେ ନିର୍ମାଣ କରିବାର ମଧ୍ୟ ଯୋଜନା ରଖିଛି। ପୁରୀ, ଗଞ୍ଜାମ, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲାରେ ସହରୀ ଗ୍ୟାସ ବିତରଣ ନେଟ୍‍ୱର୍କକୁ ଲାଗୁ କରିବା ନିମନ୍ତେ ଗେଲ୍‍ ଗ୍ୟାସକୁ ୯ମ ବିଡିଂ ପର୍ଯ୍ୟାୟ ଅଧିକୃତ କରାଯାଇଛି। ଏହି ସହରୀ ଗ୍ୟାସ ବିତରଣ ଗଞ୍ଜାମ ଜିଲା ନିମନ୍ତେ ନୟାଗଡ଼ ଏବଂ ପୁରୀ ଜିଲାରେ ୧୫୮୨୧.୭୦ ବର୍ଗ କିମି ଅଞ୍ଚଳରେ ପରିବ୍ୟାପ୍ତ ହେବ। ଏହି ଜିଲାଗୁଡ଼ିକର ୪୦ ଟି ଅଧିନସ୍ଥ ଅଞ୍ଚଳ ହେଉଛି ଗଞ୍ଜାମ, ଓଡ଼ଗାଁ, ଗୋପ, ଭଞ୍ଜନଗର, ସୋରଡ଼ା, ବେଲଗୁଣ୍ଠା, ବୁଗୁଡ଼ା, ଧରାକୋଟ, ଆସିକା, ପୋଲସରା, ବେଗୁନିଆପଡ଼ା, ଖଲିକୋଟ, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ସାନଖେମୁଣ୍ଡି, ସେରଗଡ଼, ହିଞ୍ଜିଳିକାଟୁ, ଚିକିଟି, ପାତ୍ରପୁର, ଦିଗପହଣ୍ଡି, କୁକୁଡ଼ାଖଣ୍ଡି, ରଙ୍ଗେଇଲୁଣ୍ଡା, ଛତ୍ରପୁର, ନୟାଗଡ଼-୧, ୨, ୩, ଗଣିଆ, ଭାପୁର, ଖଣ୍ଡପଡ଼ା, ବାଣପୁର, କୃଷ୍ଣପ୍ରସାଦ, ବ୍ରହ୍ମଗିରି, କଣାସ, ପୁରୀସଦର, ସତ୍ୟବାଦୀ, ଡେଲାଙ୍ଗ, ପିପିଲି, ଅସ୍ତରଙ୍ଗ ଏବଂ କାକଟପୁର। ଏହି ପ୍ରକଳ୍ପ ନିମନ୍ତେ ପ୍ରାରମ୍ଭିକ ୨୫ ବର୍ଷ ପାଇଁ ମୋଟ ୭୨୮ କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇଛି। ଏହି ଜିଲାଗୁଡ଼ିକରେ ୫୧ ହଜାର ପରିବାରକୁ ପାଇପ୍‍ ଯୋଗେ ନ୍ୟାଚୁରାଲ ଗ୍ୟାସ ସଂଯୋଗ କରାଯିବ। ଏହି ଜିଲାମାନଙ୍କରେ ୬୫୦ ଇଞ୍ଚ କିଲୋମିଟରର ନେଟ୍‍ୱର୍କ ନିର୍ମାଣ କରାଯିବ। ଶିଳ୍ପସଂସ୍ଥା ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ଯୋଗାଣ ହେତୁ ଏହି ଜିଲାଗୁଡ଼ିକରେ ପ୍ରଦୂଷଣକୁ ହ୍ରାସ କରିବାରେ ଏହା ସହାୟକ ହେବ। ସିଜିଡି ପରିଯୋଜନାର ମୁଖ୍ୟଉତ୍ସ ଗେଲ୍‍ର ଜଗଦୀଶପୁରହଳଦିଆ ଏବଂ ଧାମରା-ବୋକାରୋ ପାଇପ ଲାଇନ, ଯାହାକି ଲୋକପ୍ରିୟ ଭାବେ ‘ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଭାବେ ବେଶ୍‍ ଜଣାଶୁଣା।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories