www.samajalive.in
Saturday, December 13, 2025
26.1 C
Bhubaneswar

କନ୍ୟାଘର ନୁହେଁ, ଥାନାକୁ ଗଲା ବର

କୋଣାର୍କ : କନ୍ୟାଘରକୁ ଯାଉଥିବା ବର, ଶେଷରେ ପହଞ୍ଚିଲା ଥାନାରେ । ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।  ପୁରୀ ଜିଲା କୋଣାର୍କ ଅନ୍ତର୍ଗତ ଅସ୍ତରଙ୍ଗ ଗ୍ରାମରେ ବିବାହ କରିବାକୁ ଯାଉଥିବା ବରକୁ ପୁଲିସ ବାଟରୁ ଉଠାଇନେଇ ଅଟକ ରଖିଥିବା ଜଣାପଡିଛି । ଯୁବକ ଜଣଙ୍କ ଅସ୍ତରଙ୍ଗ ଗ୍ରାମରୁ ବିବାହ କରିବା ପାଇଁ ଚିତ୍ରେଶ୍ୱର ଯାଉଥିବା ସମୟରେ ପୁଲିସ ବାଟରୁ ଉଠାଇ ନେଇଥିଲା।
ସୂଚନା ମୁତାବକ, ପୂର୍ବରୁ ଯୁବକ ଜଣଙ୍କ ପାଖ ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଏନେଇ ଯୁବତୀ ଜଣଙ୍କ ଥାନାରେ ଏକ ଏତଲା ଦେଇଥିଲେ। ଯୁବତୀଙ୍କ ଏତଲା ଆଧାରରେ ବରବେଶରେ ଥିବା ଯୁବକଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories