www.samajalive.in
Saturday, December 6, 2025
23.1 C
Bhubaneswar

ଅଟୋରେ ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ସମାଜ ଡିଜିଟାଲ ଡେସ୍କ: ଅଟୋରେ ଯୁବତୀଙ୍କୁ ଅସଦାଚରଣ କରାଯାଇଛି। ଯୁବତୀ ଜଣକ ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କୁ ମାଡ଼ ମାରିଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ନିରଞ୍ଜନ ଭୋଇକୁ ଗିରଫ କରିଛି। ଘଟଣାଟି ଭୁବନେଶ୍ଵରର ଗ୍ୟାରେଜ ଛକ ନିକଟରେ ଘଟିଥିଲା।

ସୂଚନା ଅନୁସାରେ, ପୀଡ଼ିତା ଯୁବତୀ ଅଟୋରେ ଯାତ୍ରା କରୁଥିବାବେଳେ ତାଙ୍କ ନିକଟରେ ବସିଥିବା ଜଣେ ନିରଞ୍ଜନ ତାଙ୍କୁ ଅସଦାଚରଣ କରିଥିଲେ। ଯୁବତୀ ଜଣକ ବିରୋଧ କରିବାରୁ ନିରଞ୍ଜନ ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଏପରି କି ଯୁବତୀଙ୍କୁ ରାସ୍ତାରେ ପକାଇ ଗୋଇଠା ମାରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ନିରଞ୍ଜନକୁ ଗିରଫ କରିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories