www.samajalive.in
Thursday, December 11, 2025
18.1 C
Bhubaneswar

ଭାରତ ସୀମାରେ ଧରାପଡ଼ିଲେ ୭୯ ନେପାଳୀ କଏଦୀ

ନୂଆଦିଲ୍ଲୀ: ନେପାଳରେ ଘଟିଥିବା ହିଂସାର ସୁଯୋଗ ନେଇ ସେଠାକାର ଜେଲ୍‌ରୁ ଚମ୍ପଟ ମାରିଥିବା ୭୯ କଏଦୀ ଭାରତ ସୀମାରେ ଧରାପଡିଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ବିଦେଶୀ କଏଦୀ ସାମିଲ ଅଛନ୍ତି। ଏହି କଏଦୀମାନେ ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ସଂଲଗ୍ନ ନେପାଳ ସୀମା ଅତିକ୍ରମ କରୁଥିବାବେଳେ ଏସଏସବି (ସଶସ୍ତ୍ର ସୀମା ବଳ) ଯବାନଙ୍କ ହାତରେ ଧରାପଡିଛନ୍ତି। ଏମାନଙ୍କର ବୟସ ୨୯ରୁ ୪୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ଅଭିଯୁକ୍ତମାନେ ସୀମାରେ ବୈଧ ପରିଚୟ ପତ୍ର ଦେଖାଇବାରେ ବିଫଳ ହେବାରୁ ସେମାନଙ୍କୁ ଗିରଫ କରାଯାଇଛି। ଇତିପୂର୍ବରୁ ନେପାଳ ଜେଲରୁ ଚମ୍ପଟ ମାରିଥିବା ଅଞ୍ଜିଲା ଖାତୁନ ନାମ୍ନୀ ଜଣେ ମହିଳା କଏଦୀ ପଶ୍ଚିମବଙ୍ଗରୁ ଗିରଫ ହୋଇସାରିଥିବା କୁହାଯାଇଛି। ସୂଚନାଯୋଗ୍ୟ ଚଳିତମାସ ୮ରେ ନେପାଳରେ ଜେନ୍‌ ଜେଡ୍‌ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ ହୋଇଥିବାବେଳେ ବ୍ୟାପକ ପୋଡାଜଳା ଘଟିଥିଲା।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories