www.samajalive.in
Monday, December 8, 2025
27.1 C
Bhubaneswar

ଗାଈ ଚରାଇବା ବେଳେ ଅଘଟଣ; ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର 

ହରଭଙ୍ଗା :ଗାଈ ଚରାଇବା ବେଳେ ଅଘଟଣ, ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଧଳପୁର ଗ୍ରାମରେ। ସୂଚନା ଅନୁସାରେ ସୋମବାର ଅପରାହ୍ନ ସମୟରେ ଧଲପୁର ଗ୍ରାମର ଗୋବିନ୍ଦ ମହାକୁଡ ଏବଂ ଟୁକାନା ଦେହୁରୀ ଟିକରାପଡା ପଡିଆକୁ ଦୁହେଁ ଗାଈ ଚରାଇବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତରେ ଗୋବିନ୍ଦ ମହାକୁଡ(୪୫) ଏବଂ ଟୁକୁନା ଦେହୁରୀ (୩୨) ଗୁରୁତର ହୋଇଥିଲେ। ଉଭୟଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଆଠମଲ୍ଲିକ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଗୋବିନ୍ଦ ମହାକୁଡଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଟୁକୁନା ଦେହୁରୀ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡିଛି। ମୃତ ଗୋବିନ୍ଦ ଜଣେ ଗରିବ ଶ୍ରେଣୀର ଚାଷୀ ହୋଇଥିବା ବେଳେ ତାଙ୍କର ଦୁଇ ପୁଅ,ପତ୍ନୀ ଘରେ ଥିବା ଜଣାପଡିଛି। ତୁରନ୍ତ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି।

ଜିଏସଟି.. ୨.୭୦ ଲକ୍ଷ ପର୍ଯ୍ୟନ୍ତ ଶସ୍ତା ହେଲା କାର୍‌ ଦାମ୍‌ ; ୪.୮୦ ଲକ୍ଷରେ ଜବରଦସ୍ତ କାର୍‌

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories