www.samajalive.in
Saturday, December 6, 2025
23.1 C
Bhubaneswar

ଅପମାନର ନିଆଁରେ ଜଳୁଛି ପାକିସ୍ତାନ

ଦୁବାଇ କ୍ରିକେଟ୍‌ରେ ହାରଜିତ ନିଶ୍ଚୟ ରହିଥାଏ। ହେଲେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌‌ ଏସିଆ କପ୍‌ ମ୍ୟାଚ୍‌ରେ ଯାହା ଘଟିଲା; ତାହା ପୂର୍ବରୁ କ୍ରିକେଟ୍‌ ପଡ଼ିଆରେ ଆଦୌ ଦେଖିବାକୁ ମିଳିନଥିଲା। ଟସ୍‌ ବେଳେ ଭାରତ ଓ ପାକିସ୍ତାନର ଅଧିନାୟକ ହାତ ମିଳାଇ ନଥିଲେ। ପୁଣି ପୂରା ମ୍ୟାଚ୍‌ରେ ଭାରତ ପ୍ରାଧାନ୍ୟ ବିସ୍ତାରକରି ଏହାକୁ ୭ ୱିକେଟ୍‌ରେ ଜିତିନେଇ ପାକିସ୍ତାନକୁ ଲଜ୍ଜିତ କରିଥିଲା। ମ୍ୟାଚ୍‌ ପରେ ମଧ୍ୟ ଭାରତୀୟ ଖେଳାଳି ପାକିସ୍ତାନୀ କ୍ରିକେଟରଙ୍କୁ ଅପମାନ ଦେବାକୁ ଭୁଲିନଥିଲେ। ସେମାନେ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରି ଦେଇଥିଲେ। ଦୁଇ ଭାରତୀୟ ଅପରାଜିତ ବ୍ୟାଟ୍‌ସମ୍ୟାନ୍ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଶିବମ୍ ଦୁବେ ମ୍ୟାଚ୍‌ ଜିତିବା ପରେ ପାକିସ୍ତାନ ଖେଳାଳିଙ୍କ ସହ ହାତ ନ ମିଳାଇ ଚାଲି ଯାଇଥିଲେ।

ପାକିସ୍ତାନର ଖେଳାଳି ଓ ମୁଖ୍ୟ ପ୍ରଶିକ୍ଷକ ମଧ୍ୟ ଭାରତୀୟଙ୍କ ସହ ହାତ ମିଳାଇବାକୁ ଡଗ୍‌ଆଉଟ୍‌କୁ ଯାଇଥିଲେ ମଧ୍ୟ ଭାରତୀୟ ଖେଳାଳି ସେମାନଙ୍କୁ ଆଡ଼ ଆଖିରେ ନ ଚାହିଁ ସିଧା ଡ୍ରେସିଂରୁମ୍‌କୁ ଚାଲି ଯାଇଥିଲେ। ପରେ ପୁରସ୍କାର ବିତରଣ ଉତ୍ସବରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଖୋଲାଖୋଲି କହିଥିଲେ, ପହଲଗାଓଁ‌ରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ସହ ଦଳ ଛିଡ଼ା ହୋଇଛି। ଏହାସହ ଅପରେସନ୍ ସିନ୍ଦୂରରେ ଭାଗ ନେଇଥିବା ଭାରତୀୟ ଯବାନଙ୍କୁ ଭାରତୀୟ ଦଳ ଏହି ବିଜୟ ଉତ୍ସର୍ଗ କରୁଛି। ୪ ଘଣ୍ଟା ମଧ୍ୟରେ ଏହିସବୁ ଘଟଣା ପରେ ପାକିସ୍ତାନ କ୍ରିକେଟ୍‌ ଦଳ ଅପମାନର ନିଆଁରେ ଜଳୁଛି। ପାକିସ୍ତାନ ବାହାରୁ ଭାରତୀୟ ଦଳର ଏପରି ଆଚରଣ ବିରୋଧରେ କେହି ମଧ୍ୟ ବିରୋଧ ନ କରିବା ଯୋଗୁଁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ କୋଣଠେସା ହୋଇଯାଇଛି। ଅପମାନିତ ହୋଇଥିବା ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଅସହାୟ ହୋଇ ଏସିଆ କପ୍‌ରୁ ଓହରିଯିବାକୁ ଧମକ ଦେଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories