www.samajalive.in
Saturday, December 6, 2025
23.1 C
Bhubaneswar

ୱାକଫ୍‍ ଆଇନ ଉପରେ ସୁପ୍ରିମ ରାୟ: ୨ଟି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଲେ ସର୍ବୋଚ୍ଚ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ଆଜି ସୁପ୍ରିମକୋର୍ଟ ୱାକଫ୍‍ ସଂଶୋଧନ ଆଇନ ୨୦୨୫ର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ତାଙ୍କର ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତା ୱାକଫ୍‍ ସଂଶୋଧନ ଆଇନ ୨୦୨୫ର ବୈଧତା ଉପରେ କୌଣସି ରାୟ ଦେଇନାହାଁନ୍ତି ଏବଂ ଆଇନକୁ ସ୍ଥଗିତ ରଖିବାକୁ ମନା କରିଛନ୍ତି । କିନ୍ତୁ ଏହାର ଧାରା ଗୁଡିକୁ ସ୍ଥଗିତ ରଖିବା ସମୟରେ କିଛି ସର୍ତ୍ତ ରଖିଛନ୍ତି । ସର୍ବୋଚ୍ଚ ଅଦାଲତ ଆଇନର ୨ଟି ଧାରା ଉପରେ ସ୍ଥଗିତ ରଖିଛନ୍ତି । ଏହାସହିତ ସର୍ତ୍ତାବଳୀ ସ୍ଥିର କରି ସେମାନଙ୍କର ଅନୁପାଳନ ସୁନିଶ୍ଚିତ କରିବାକୁ କହିଛନ୍ତି । ବିଶେଷ କରି ୫ବର୍ଷର ଆବଶ୍ୟକତାର ବ୍ୟବସ୍ଥାକୁ ନିଷିଦ୍ଧ କରିଛନ୍ତି । ଧାରା ୩୭୪କୁ ନିଷିଦ୍ଧ କରାଯାଇଛି । ରାଜସ୍ୱ ରେକର୍ଡ ସହିତ ଜଡିତ ଧାରା ନିଷିଦ୍ଧ କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ୱାକଫ୍‍ ବୋର୍ଡରେ ରହିବେ ନାହିଁ ୩ରୁ ଅଧିକ ଅଣମୁସଲିମ୍‍ । ସମ୍ପୂର୍ଣ୍ଣ ଆଇନରେ ରୋକ୍‍ ଲଗାଇବାର ଆବଶ୍ୟକତା ନାହିଁ । ବିବାଦର ସମାଧାନ ଜିଲାପାଳ କରିପାରିବେ ନାହିଁ । ୱାକଫ୍‍ ବୋର୍ଡର ସିଇଓ ଜଣେ ମୁସଲିମ୍‍ ହେବା ଆବଶ୍ୟକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ଟ୍ରିବ୍ୟୁନାଲର ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ କୌଣସି ପକ୍ଷ ବିରୋଧରେ ତୃତୀୟ ପକ୍ଷ ଅଧିକାର ସୃଷ୍ଟି କରାଯାଇପାରିବ ନାହିଁ । ଜିଲାପାଳଙ୍କୁ ଏପରି ଅଧିକାର ଦେଉଥିବା ବ୍ୟବସ୍ଥା ସ୍ଥଗିତ ରହିବ । ସୁପ୍ରିମକୋର୍ଟ ଆଇନକୁ ସ୍ଥଗିତ ରଖିବାକୁ ମନା କରି କହିଛନ୍ତି ଯେ ଯେକୌଣସି ଆଇନର ସାମ୍ବିଧାନିକ ସପକ୍ଷରେ ସର୍ବଦା ଏକ ଅନୁମାନ ଥାଏ । ଏବଂ କେବଳ ଅତି ବିରଳ ମାମଲାରେ ହସ୍ତକ୍ଷେପ କରାଯାଏ । ତେଣୁ ସୁପ୍ରିମକୋର୍ଟ ଆଇନକୁ ସ୍ଥଗିତ ରଖିପାରିବେ ନାହିଁ । ଗତ ମେ ୨୨ରେ ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ । ୨୦୨୫ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ବେଳେ କେତେକ ଆବେଦନ ଉପରେ ଅନ୍ତରୀଣ ରାୟ ଶୁଣାଇଛନ୍ତି ମୁଖ୍ୟ ବିଚାରପତି ବି.ଆର ଗବଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories