www.samajalive.in
Friday, December 12, 2025
27.1 C
Bhubaneswar

ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ସମାଜ ଡିଜିଟାଲ ଡେସ୍କ: ଝାଡଖଣ୍ଡରେ ପୁଲିସ- ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ସୂଚନା ଅନୁସାରେ ଏନକାଉଣ୍ଟରରେ ଟପ୍‍ ମାଓନେତା ମୁଖଦେବ ଯାଦବ ନିହତ ହୋଇଛି । ଏହି କୁଖ୍ୟାତ ମାଓବାଦୀର ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ପାଲାମୁ ଜିଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ନକ୍ସଲଙ୍କ ଉପସ୍ଥିତି ନେଇ ସୂଚନା ପାଇବା ମାତ୍ରେ ଏସପି ରେଶମା ରାମେଶନ, ଅତିରିକ୍ତ ଏସପି ରାକେଶ କୁମାର ସିଂହ ଓ ହୁସେନାବାଦ ଏସଡିପିଓ ଆଇପିଏସ୍‍ ମସମ୍ମଦ ୟାକୁବଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‍ ଅପରେସନକୁ ଜୋରଦାର କରିଥିଲେ । ସୁରକ୍ଷାବାହିନୀ ତାରହାସି ଓ ମାନାଟୁ ଥାନା ଅଞ୍ଚଳ ସୀମାନ୍ତ ଜଙ୍ଗଲରେ ଘେରି ନକ୍ସଲଙ୍କ ଉପରେ ଗୁଳିଚାଳନା କରିଥିଲେ । ଏଥିରେ ଟପ୍‍ ମାଓନେତା ମୁଖଦେବ ଯାଦବର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସାଥିମାନେ ଛତ୍ରଭଙ୍ଗ ଦେଇଥିଲେ । ସ୍ଥାନୀୟ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories