www.samajalive.in
Tuesday, December 9, 2025
23.1 C
Bhubaneswar

ହଜାରିବାଗରେ ଏନକାଉଣ୍ଟର: ୩ ହାଡକୋର ମାଓବାଦୀ ନିହତ

ସମାଜ ଡିଜିଟାଲ ଡେସ୍କ: ସୋମବାର ସକାଳେ ଝାଡଖଣ୍ଡର ହଜାରିବାଗ ଜିଲାରେ ସୁରକ୍ଷାବହିନୀଙ୍କ ଏନକାଉଣ୍ଟରେ ତିନି ଜଣ ମାଓବାଦୀ ନିହତ ହୋଇଛନ୍ତି । ତିନି ମାଓବାଦୀ ସେଲେ ସହଦେବ ସୋରେନ୍‍, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁ । ଏହି ତିନି ଜଣଙ୍କ ମଧ୍ୟରୁ ସହଦେବ ସୋରେନଙ୍କ ମୁଣ୍ଡରେ ୧କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ପୁଲିସ ସୂତ୍ରରୁ ଜଣାପଡିଛି ଯେ ଏହି ଏନକାଉଣ୍ଟର ଆଜି ସକାଳ ପ୍ରାୟ ୬ଟା ସମୟରେ ଗୋହର ଥାନା ଅଞ୍ଚଳର ପାଣ୍ଟିତ୍ରୀ ଜଙ୍ଗଲରେ ହୋଇଥିଲା ।

ତେବେ ଝାଡଖଣ୍ଡ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପାଇଁ ସବୁଠାରୁ ବିପଜ୍ଜନକ ମାଓନେତା ଥିଲା ସହଦେବ ସୋରେନ । ଜଣେ ଅଧିକାରୀ କହିଛନ୍ତି ଯେ ସର୍ଚ୍ଚ ଅପରେସନ ସମୟରେ ସହଦେବ ସୋରେନ ଏବଂ ଅନ୍ୟ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।

- Advertisement -

ମିଳିଥିବା ସୂଚନା ଅନୁସାରେ ହଜାରିବାଗରେ ସିଆରପିଏଫ୍‍ ଓ ଝାଡଖଣ୍ଡ ପୁଲିସ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଏଥିରେ ମାଓବାଦୀ ମାନେ ଲୁଚି ରହିଥିବା ସମ୍ଭାବନା ଥିବା ସମସ୍ତ ଅଞ୍ଚଳ ଯାଞ୍ଚ କରାଯାଇଥିଲା । ଏହି ଅପରେସନର ମୂଳ ଲକ୍ଷ୍ୟ ହେଉଛି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସୁରକ୍ଷା ଏବଂ ମାଓ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିବା । ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି ଯେ ଏହି ଏନକାଉଣ୍ଟର ମାଓ ନେଟୱାର୍କ ଉପରେ ଏକ ବଡ ପ୍ରଭାବ ପକାଇଛି ଏବଂ ସେମାନଙ୍କର ସମସ୍ତ ଯୋଜନାକୁ ଦୁର୍ବଳ କରିଛି । ଅନ୍ୟ ମାଓବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଏବେ ବି ସ୍ଥାନୀୟ ଅଞ୍ଚଳରେ ଜାରି ରହିଛି ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories