www.samajalive.in
Saturday, December 6, 2025
19.1 C
Bhubaneswar

ସୋମବାର ରାଶିଫଳ: ଏହି ରାଶିରେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟର ପ୍ରସ୍ତୁତି

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଛାତ୍ରଛାତ୍ରୀଙ୍କ ପଢ଼ା ପୁସ୍ତକ ଉପରେ ଅଧ୍ୟୟନରତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ହଠାତ୍ କିଛି ଧନ ମିଳିବାର ସମ୍ଭାବନା ରହିଛି।

ବୃଷ: ଦିନଟି ଆନନ୍ଦଦାୟକ ହୋଇପାରେ। ସୁଖୀ ହେବେ। ଶୌର୍ଯ୍ୟ ପଣିଆରୁ ଜନସାଧାରଣଙ୍କର ଆଦରର ପାତ୍ର ହେବେ। ସରକାରୀ କାର୍ଯ୍ୟରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି।

- Advertisement -

ମିଥୁନ: ବ୍ୟବସାୟୀମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। କୃଷି କର୍ମରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ। ଧର୍ମଧାରଣାରେ ନିଜକୁ ନିୟୋଜିତ କରିବେ। ଗୁଣବାନ୍ ହୋଇପାରନ୍ତି। ସଜ୍ଜନପ୍ରିୟ ହେବେ।

କର୍କଟ: ଚାରାରୋପଣ କାର୍ଯ୍ୟକ୍ରମରୁ ଆତ୍ମସନ୍ତୋଷ ମିଳିବ। ଜଳ ଦାନକରି ସନ୍ତୁ​‌ଷ୍ଟ ହେବେ। ପରିବେଶ ସୁରକ୍ଷାରେ ନିୟୋଜିତ ହୋଇ ପାରିଶ୍ରମିକ ପାଇପାରନ୍ତି। ନ୍ୟାୟ ମାର୍ଗରେ ଧନ ଅର୍ଜନ କରିବେ। ପୁତ୍ରଙ୍କ ହିତକାରୀ ହେବେ।

ସିଂହ: ସରକାରୀସ୍ତରରୁ ମାନ୍ୟତା ପ୍ରାୟ ହେବାର ସୂଚନା ମିଳୁଛି। ଉଦ୍ୟମ ପ୍ରଶଂସନୀୟ ହେବ। ସର୍ବଧର୍ମ ସମନ୍ବୟରେ ପ୍ରୟାସୀ ହେବେ। ଆମିଷ, ବିଶେଷ କରି ମାଂସ ପ୍ରିୟ ହୋଇପାରନ୍ତି। ଦୃଷ୍ଟଙ୍କର ଚକ୍ଷୁଶୀଳ ହେବେ।

କନ୍ୟା: ପତ୍ନୀଙ୍କ ପରାମର୍ଶରେ ଧନ ବ୍ୟୟ କରିପାରନ୍ତି। ବିବାହ ଆଦି ମାଙ୍ଗଳିକ କାର୍ଯ୍ୟର ପ୍ରସ୍ତୁତି ପର୍ବରେ ଧନବ୍ୟୟ କରିବାକୁ ପଶ୍ଚାତ୍‌ପଦ ହେବେନାହିଁ। ସାଧୁମାନଙ୍କ ଆତିଥ୍ୟ ପାଇଁ ନି​‌େ​‌ର୍ଲାଭରେ ଧନବ୍ୟୟ କରିବେ।

ତୁଳା: ବିଭିନ୍ନ ପ୍ରକାରର ବ୍ୟବସାୟରୁ ଧନଲାଭର ସୂଚନା ମିଳିପାରେ। ସାଧୁ ସେବା କରି ଆତ୍ମସନ୍ତୋଷ ଲାଭ କରିବେ। ବିନୟ ଭାବ ପ୍ରଦର୍ଶନ କରି ସରକାରଙ୍କ ବିପର୍ଯ୍ୟୟ ପାଣ୍ଠିରୁ ଧନପ୍ରାପ୍ତ ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନ ପାଇପାରନ୍ତି।

ବିଛା: ବୁଦ୍ଧି, ବିଦ୍ୟାଯୁକ୍ତ ହୋଇପାରନ୍ତି। ଶ୍ରେଷ୍ଠ କର୍ମଯୁକ୍ତ ହେବେ। ବହୁ ସମ୍ପତ୍ତିର ଅଧିକାରୀ ହୋଇପାରନ୍ତି। ସରକାରୀ ମାନ୍ୟତା ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇପାରେ। ମଧୁର ବଚନରେ ସମସ୍ତଙ୍କୁ ବଶ କରିପାରନ୍ତି।

ଧନୁ: ବେଦ-ବ୍ରାହ୍ମଣ ଭକ୍ତିଯୁକ୍ତ ହୋଇପାରନ୍ତି। ଶାସ୍ତ୍ରଜ୍ଞ ହେବା ଆଶା କରାଯାଏ। ଜନହିତକର ବାର୍ତ୍ତାର ପ୍ରଚାର ଓ ପ୍ରସାର ଧର୍ମୀ ହେବେ। ଜଣେ ପ୍ରଖ୍ୟାତ ଜନସେବକ ଭାବେ ନିର୍ବିବାଦରେ କାର୍ଯ୍ୟ କରିଚାଲିବେ।

ମକର: ଶ୍ଲୋଷଜନିତ ଜ୍ବରରେ ପୀଡ଼ିତ ହୋଇପାରନ୍ତି। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ନାନା ଅସୁବିଧାର ସମ୍ମୁଖୀନ ହେବେ। ଲୋକ ସମ୍ପର୍କରେ ବାଧା ଉପୁଜିପାରେ। ପ୍ରତି ପାଦ ପାଦରେ ସତର୍କ ରହିବେ।

କୁମ୍ଭ: ସ୍ଥିର ସ୍ବଭାବ ସମ୍ପନ୍ନ ହେବେ। ଏକ ପତ୍ନୀବ୍ରତ ଆଚରଣ କରିପାରନ୍ତି। ଦେବ-ବ୍ରାହ୍ମଣମାନଙ୍କୁ ନାନା ଭାବରେ ସନ୍ତୁଷ୍ଟ କରିବାକୁ ଉଦ୍ୟମ ଜାରି ରଖିପାରନ୍ତି। ଧର୍ମଜ୍ଞ ହେବେ। ସଂଶୟମନା ହେବାର ସୂଚନା ମିଳୁଛି।

ମୀନ: ହର୍ଷ ଯୁକ୍ତ ଓ ବିଶୁଦ୍ଧ ଭାଷୀ ହୋଇପାରନ୍ତି। ଧନଶାଳୀ ନହେଲେ ବି ଅଭାବ ଜନିତ ଦୁର୍ଦଶାର ସମ୍ମୁଖୀନ ହେବେନାହିଁ। ଦାତା, ଭୋକ୍ତା, ଗୁଣବାନ୍ ହେବେ। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ଆଶା କରାଯାଏ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories