ଭୁବନେଶ୍ଵର : ସୋମବାର ଘାଣ୍ଟ। ପ୍ରତି ଘରେ ପ୍ରସ୍ତୁତ ହେବ ସ୍ଵତନ୍ତ୍ର ଘାଣ୍ଟ ତରକାରୀ। ପରମ୍ପରା ଅନୁସାରେ ପ୍ରାୟ ଦଶ ପ୍ରକାର ପରିବାକୁ ନେଇ ଏହି ତରକାରୀ ପ୍ରସ୍ତୁତ ହୋଇଥାଏ। ଏନେଇ ଆଜି ରାଜଧାନୀର ବିଭିନ୍ନ ପରିବା ବଜାରରେ ଗହଳି ଲାଗି ରହିଥିଲା। ତଟକା ପରିବାକୁ ନେଇ ରାସ୍ତାକଡ଼ରେ ଅନେକ ଅସ୍ଥାୟୀ ପରିବା ଦୋକାନ ଦେଖିବାକୁ ମିଳିଥିଲା। ବର୍ଷା ଯୋଗୁଁ ପରିବା ଉତ୍ପାଦନ କମ୍ ସହିତ ଘାଣ୍ଟ ଯୋଗୁଁ ପରିବା ବଜାରରେ ମହଙ୍ଗା ମାଡ଼ ଦେଖୁବାକୁ ମିଳିଥିଲା। ୟୁନିଟ୍-୧, ୟୁନି ୟୁନିଟ୍-୪, ଡମଣା ହାଟ, ରସୁଲଗଡ଼ କୋଚିଲେଇ ହାଟ, ଇନ୍ଦ୍ରଧନୁ ମାର୍କେଟ୍ ପରିବା ହାଟ ସମେତ ବିଭିନ୍ନ ସ୍ଥାନରେ ଗ୍ରାହକଙ୍କ ଭିଡ଼ ଲାଗିଥିଲା। ତେବେ ଘାଣ୍ଟ ପାଇଁ ପରିବା ଦର ବଢ଼ିଛି। ପ୍ରାୟ ପରିବା ୫୦ଟଙ୍କା ଉପରେ ରହିଥିଲା। ଲା। ବାଇଗଣ କିଲୋପିଛା ୬୦ରୁ ୮୦ଟଙ୍କାରେ ବିକ୍ରି ହେଉଥିବାବେଳେ କଖାରୁ କିଲୋ ପଛା ୪୦ ଟଙ୍କାରେ ବିକ୍ରି ହୋଇଥିଲା। ସେହିପରି ଶିମ୍ବ ୧୦୦, କାଙ୍କଡ଼ ୭୦, ଜହ୍ନି କିଲୋ ৩০, ଟମାଟୋ କିଲୋ ୫୦, ପୋଟଳ କିଲୋ ୭୦, କଞ୍ଚା କଦଳୀ ଗୋଟା ୧୦ ଟଙ୍କା, ଓଉ ଗୋଟା ୧୫, ସାରୁ କିଲୋ ୬୦ ଟଙ୍କାରେ ବିକ୍ରି ହେଉଥିଲା। ପନିପରିବା ମହଙ୍ଗ ଯୋଗୁଁ ଅନେକ କମ୍ ପରିମାଣର ପରିବା ନେଉଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ରେ ବିଭିନ୍ନ ଡାଲି ଜାତୀୟ ସିଝା ଖାଦ୍ୟ ସାମଗ୍ରୀ ବୁଟ ମଟର, ଚଣା, ହରଡ଼, କୋଳଥ, ମୁଗ, ବିରି ଆଦି ପ୍ୟାକେଟରେ ବିକି ହେଉଥିଲା।
Popular Categories



