www.samajalive.in
Friday, December 12, 2025
15.1 C
Bhubaneswar

ସନ୍ଧ୍ୟା ୭ରୁ ବନ୍ଦ ରହିବ ନଦୀଘାଟ

ଭଦ୍ରକ : ପବିତ୍ର ମହାଶିବରାତ୍ରିରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ମାନସିକ ପୂଜା ନିମନ୍ତେ ୬୦ଭାଗ ଭକ୍ତ ଜଳପଥ ଦେଇ ପୀଠକୁ ଆସିଥାନ୍ତି। ବିଶେଷକରି ମଣିବାବାଙ୍କ ପୀଠରେ ଶହଶହ ବର୍ଷର ପରମ୍ପରା ଓ ରୀତିନୀତି ଅନୁଯାୟୀ ଭୋର ସାଢେ ଚାରିଟାରେ ମହାଦୀପ ଉଠୁଥିବାରୁ ଉପବାସଧାରୀ ଭକ୍ତମାନେ ସନ୍ଧ୍ୟାରେ ମଣିବାବାଙ୍କ ପୀଠକୁ ଆସି ରାତ୍ର ଉଜାଗର ରହିବା ସହିତ ଦୀପ ଜାଳିଥାନ୍ତି। ହେଲେ ବିଭିନ୍ନ ନଦୀର ଜଳପଥରେ ବାରମ୍ବାର ଘଟୁଥିବା ଦୂର୍ଘଟଣାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଜିଲା ପ୍ରଶାସନ ପକ୍ଷରୁ ନଦୀଘାଟ ଉପରେ ଅଙ୍କୁଶ ଜାରି କରାଯାଇଛି। ଏପରିକି ଯାତ୍ରାଦିନ ସନ୍ଧ୍ୟା ୭ଟାରୁ ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ମୁଆଁ, ତିନିତର ଓ ଧାନଖଣିଆ ନଦୀଘାଟରେ ଡଙ୍ଗା ଚଳାଚଳ କରିବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ଦୃଢ ନିଷ୍ପତ୍ତି ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ସନ୍ଧ୍ୟା ୭ଟା ପୂର୍ବରୁ ନଦୀପାରି ହୋଇ ଆସିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ୩ଟି ନଦୀଘାଟରେ ଅଧିକ ସଂଖ୍ୟକ ମଟର ଚାଳିତ ଡଙ୍ଗା ନିୟୋଜିତ କରାଯିବା ସହ ଉଭୟ ପାର୍ଶ୍ବରେ ଉଜ୍ୱଳ ଆଲୋକ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories