ନୂଆଦିଲ୍ଲୀ: ଆତଙ୍କବାଦୀମାନଙ୍କୁ ଆଶ୍ରୟ ଓ ପାଣ୍ଠି ନ ଦେବାଲାଗି ଆମେରିକା ପୁଣି ଥରେ ପାକିସ୍ତାନକୁ ପରାମର୍ଶ ଦେଇଛି। ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ହିଥର ଆନ ନଟ ୱାଶିଂଟନରେ ସାମ୍ବାଦିକମାନଙ୍କୁ କହିଛନ୍ତି, ପାକିସ୍ତାନ ଜାତିସଂଘ ନିରାପତ୍ତା ପରିଷଦର ରାଜିନାମାର ସମ୍ପୂର୍ଣ ପାଳନ କରିବା ଆବଶ୍ୟକ। ସେ କହିଛନ୍ତି, ସମ୍ପ୍ରତି ପୁଲ୍ୱାମା ଆକ୍ରମଣ ଭଳି ସୀମାପାରି ଆତଙ୍କବାଦୀ ଘଟଣା ସେହି ଅଞ୍ଚଳ ପ୍ରତି ଘୋର ବିପଦ ସୃଷ୍ଟି କରିଛି। ଭାରତ ପୁଲ୍ୱାମା ଆକ୍ରମଣରେ ଜୈସେ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ହାତ ଥିବା ସଂକ୍ରାନ୍ତ ସୂଚନା ପାକିସ୍ତାନକୁ ଦେବାପରେ ଆମେରିକା ପକ୍ଷରୁ ଏଭାକି ବିବୃତ୍ତି ଜାରି କରାଯାଇଛି।
ଆତଙ୍କବାଦୀଙ୍କୁ ପାଣ୍ଠି ନ ଦେବାକୁ ଆମେରିକାର ପାକିସ୍ତାନକୁ ପରାମର୍ଶ
Popular Categories



