www.samajalive.in
Sunday, December 14, 2025
15.1 C
Bhubaneswar

ଶୁଳ୍କବୃଦ୍ଧି ପରେ ଫସିଗଲେ ଟ୍ରମ୍ପ: ଆମେରିକାରେ ବଢୁଛି ବେକାରୀ ସମସ୍ୟା, ସାମଗ୍ରୀ ଦାମ୍ ଆକାଶଛୁଆଁ

ନୂଆଦିଲ୍ଲୀ, ୧୩।୯: ନିଜ ଜାଲରେ ନିଜେ ଫସିଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଶୁଳ୍କବୃଦ୍ଧି ପରଠୁ ଦେଶରେ ବେକାରୀ ସମସ୍ୟା ସହ ଦରବୃଦ୍ଧି ହେବାରେ ଲାଗିଛି। ଯଦି ଏମିତି ପରିସ୍ଥିତି ଲାଗି ରୁହେ ତେବେ ଆମେରିକାରେ ମାନ୍ଦାବସ୍ଥା ଦେଖାଦେବ ବୋଲି ବିଶ୍ଲେଷକ ଅନୁମାନ କରୁଛନ୍ତି। ଅଗଷ୍ଟରେ ଆମେରିକାରେ ଗତ ବର୍ଷ ତୁଳନାରେ ୨.୯ ପ୍ରତିଶତ ଦରବୃଦ୍ଧି ହୋଇଛି। ଏହା ଜୁଲାଇର ୨.୭ ପ୍ରତିଶତରୁ ଅଧିକ। ଖାଦ୍ୟ ଏବଂ ଏନର୍ଜି ବ୍ୟତୀତ ମୁଖ୍ୟ ଦରବୃଦ୍ଧି ୩.୧ ପ୍ରତିଶତରେ ସ୍ଥିର ଅଛି। ଏହି ଆକଳନ ଆମେରିକୀୟ କେନ୍ଦ୍ର ବ୍ୟାଙ୍କର ସୀମାଠୁ ଅଧିକ।ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଅନେକ ଚେଷ୍ଟା ସତ୍ତ୍ବେ ସୁଫଳ ମିଳିପାରିନି ଯାହା ଆମେରିକାର ଭୟକୁ ଦ୍ବିଗୁଣିତ କରୁଛି। ଶୁଳ୍କବୃଦ୍ଧି ଆଞ୍ଚଳିକ ସ୍ତରରେ ବିଦେଶୀ ସାମଗ୍ରୀର ଦର ବୃଦ୍ଧି କରିଛି ଯାହା ସାଧାରଣ ଜନତାଙ୍କୁ ପ୍ରଭାବିତ କରୁଛି।

ୟୁଏସ ବ୍ୟୁରୋ ଅଫ୍ ଲେବର ଷ୍ଟାଟିଷ୍ଟିକ୍ସ(ବିଏଲଏସ୍) ଅନୁସାରେ ଅଗଷ୍ଟ ୨୦୨୫ରେ ତେଜରାତି ସାମଗ୍ରୀ ଦାମ୍ ଜୁଲାଇ ତୁଳନାରେ ୦.୬ ପ୍ରତିଶତ ବଢିଛି। ଚଳିତବର୍ଷ ସମୁଦାୟ ତେଜରାତି ସାମଗ୍ରୀ ଦାମ୍ ପ୍ରାୟ ୩.୩ ପ୍ରତିଶତ ବୃଦ୍ଧି ପାଇଛି। ଗତବର୍ଷ ତୁଳନାରେ କଫି ଦାମ୍ ଚଳିତବର୍ଷ ୨୧ ପ୍ରତିଶତ ବଢିଛି। ଜୁଲାଇ ତୁଳନାରେ ଅଗଷ୍ଟରେ ପେଟ୍ରୋଲ ଦାମ୍ ୧.୯ ପ୍ରତିଶତ ବୃଦ୍ଧିପାଇଛି। ଆମେରିକାରେ ମାସିକ ଖର୍ଚ୍ଚ ପ୍ରାୟ ୯୦୦ ଡଲାର(୭୫ହଜାର ଟଙ୍କା) ହୋଇଥାଏ, କିନ୍ତୁ ଏହା ଆଗକୁ ଆହୁରି ବଢିପାରେ। ଆମେରିକାର ଶ୍ରମ ବିଭାଗର ଏକ ରିପୋର୍ଟ ଅନୁସାରେ ବେକାରୀ ସମସ୍ୟା ବଢିବାରେ ଲାଗିଛି। ଅଗଷ୍ଟରେ ବେକାରୀ ହାର ୪.୩ ପ୍ରତିଶତ ହୋଇଯାଇଛି ଯାହା ୨୦୨୧ ପରଠୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଶୁଳ୍କବୃଦ୍ଧିର ପ୍ରଭାବ ଆମେରିକାର ଅର୍ଥବ୍ୟବସ୍ଥା ଉପରେ ଭାରୀ ପଡୁଥିବା ନଜର ଆସୁଛି। କମ୍ପାନୀମାନେ ଦାମ୍ ବଢାଇବା ଫଳରେ ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପଡୁଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories