www.samajalive.in
Friday, December 12, 2025
16.1 C
Bhubaneswar

ସୁପ୍ରିମକୋର୍ଟର ସୁରକ୍ଷା ​ଜୋନ୍‌ରେ ଫଟୋ ଉଠା, ରିଲ୍‌ସ ମନା  

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପରିସରରେ ଥିବା ଉଚ୍ଚ ସୁରକ୍ଷା କ୍ଷେତ୍ର (ହାଇ ସିକ୍ୟୁରିଟି ଜୋନ୍‌)ରେ ଫଟୋ ଉଠାଇବା, ରିଲ୍‌ସ ପ୍ରସ୍ତୁତି ଏବଂ ଭିଡିଓଗ୍ରାଫି ଉପରେ ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି। ଏଭଳି ଅଞ୍ଚଳରେ କୌଣସି ବ୍ୟକ୍ତିଙ୍କ ସାକ୍ଷାତକାର କିମ୍ବା ସମ୍ବାଦର ସିଧା ପ୍ରସାରଣ ନ କରିବାକୁ ସେପ୍ଟେମ୍ବର ୧୦ରେ ଗଣମାଧ୍ୟମକୁ ନିର୍ଦେଶନାମା ଜାରି କରାଯାଇଛି। ନିରାପତ୍ତା ଅଞ୍ଚଳରେ ମୋବାଇଲ ସାହାଯ୍ୟରେ ଫଟୋ ଉଠାଇବା କିମ୍ବା ଭିଡିଓ ପ୍ରସ୍ତୁତ କରିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ଏଭଳି ଅଞ୍ଚଳରେ କ୍ୟାମେରା, ଟ୍ରାଇପଡ୍‌, ସେଲ୍‌ଫି ଷ୍ଟିକ୍‌ ବ୍ୟବହାର ଉପରେ ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି। ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି, ଆଇନଜୀବୀ, ମହକିଲ, ସୁପ୍ରିମକୋର୍ଟ କର୍ମଚାରୀ ଏହାକୁ ଅବଜ୍ଞା କରନ୍ତି, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି ଏହି ନିର୍ଦେଶନାମା ଉଲ୍ଲଙ୍ଘନ କରନ୍ତି, ତେବେ ତାଙ୍କୁ ଏକମାସ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ପ୍ରବେଶ ଅନୁମତି ପ୍ରଦାନ କରାଯିବ ନାହିଁ। ସୁପ୍ରିମକୋର୍ଟ ବ୍ୟତୀତ ଯଦି ଅନ୍ୟ କୌଣସି କାର୍ଯ୍ୟାଳୟର କର୍ମଚାରୀ ଏହାକୁ ବେଖାତିର କରନ୍ତି, ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଂପୃକ୍ତ କାର୍ଯ୍ୟାଳୟର ମୁଖ୍ୟଙ୍କୁ ଅନୁରୋଧ କରାଯିବ। ଏହି ନିର୍ଦେଶନାମା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟର ସୁରକ୍ଷା କର୍ମୀଙ୍କୁ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories