www.samajalive.in
Tuesday, December 9, 2025
16.1 C
Bhubaneswar

ଅପରେସନ ପ୍ରହାର: ଗୋଚ୍ଛାପଡ଼ାରୁ୧୦୮ କିଲୋ ଗଞ୍ଜେଇ ଜବତ , ଜଣେ ଗିରଫ  

ଫୁଲବାଣୀ: କନ୍ଧମାଳ ଜିଲାରେ କିଛିଦିନ ହେଲା ବିଭିନ୍ନ ଥାନା ପକ୍ଷରୁ ଅପରେସନ ପ୍ରହାରକୁ ଜୋରଦାର କରାଯାଇଛି । ଜିଲାରେ ସବୁବେଳେ ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଗୋଛାପଡା ପୋଲିସ ପୁଣି ଏକ ବୋଲେରୋ ସହ ୧୦୮ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ ଜଣେ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ ଗୋଛାପଡା ଥାନା କୁଲିକୁଡା ଗାଁର ମନୋରଞ୍ଜନ ସାହୁ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଗୋଚ୍ଛାପଡ଼ା ଅଞ୍ଚଳରୁ ବାଲନ୍ଦାପଡ଼ା ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା ଖବରପାଇ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନେତୃତ୍ୱରେ ଏକ ଟିମ ବେଲାଡଲି ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ଗାଡିକୁ ଅଟକାଇ ଥିଲେ । ଡ୍ରାଇଭର ଦ୍ରୁତ ଗତିରେ ଗାଡି ଛାଡି ଫେରାର ହୋଇଯାଇଛି । ପୋଲିସ ଗାଡିକୁ ଯାଞ୍ଚ କରିବା ସମୟରେ ୧୦୮ କିଲୋ ଗଞ୍ଜେଇ ଜବତ କରିଥିଲା ପରେ ପୋଲିସ ଗାଡି ନମ୍ବର କୁ ଟ୍ରାକ କରି ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ କରି ଗୋଛାପଡା ପୋଲିସ ଜବତ ଗଞ୍ଜେଇ ସହ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories