www.samajalive.in
Sunday, December 14, 2025
16.1 C
Bhubaneswar

ପଞ୍ଜାବରେ ଅକାଳୀ ଏବଂ ବିଜେପି ମଧ୍ୟରେ ଆସନ ଭାଗବଣ୍ଟା ଶେଷ

ନୂଆଦିଲ୍ଲୀ : ଗତ ଲୋକସଭା ନିର୍ବାଚନ ଭଳି ପଞ୍ଜାବରେ ଅକାଳୀ ଦଳ ଏବଂ ବିଜେପି ୨୦୧୯ ଲୋକସଭା ନିର୍ବାଚନ ଏକାଠି ଲଢିବେ ଓ ଏନେଇ ଆସନ ଭାଗବଣ୍ଟା ଶେଷ ହୋଇଛି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଟ୍ୱିଟ୍‍ କରିଛନ୍ତି। ସୂଚନା ଅନୁସାରେ ପଞ୍ଜାବରେ ଅକାଳୀ ଦଳ ୧୦ଟି ଏବଂ ବିଜେପି ୩ଟି ଲୋକସଭା ଆସନରେ ନିର୍ବାଚନ ଲଢିବେ। ଅମିତ ଶାହା ଟ୍ୱିଟ୍‍ରେ ଲେଖିଛନ୍ତି ଯେ ଗୁରୁବାର ଅକାଳୀ ଦଳ ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ଓ ଅକାଳଦୀ ଦଳ ନେତାଙ୍‍ଖ ସହ ପଞ୍ଜାବ ବିଜେପି ନେତାଙ୍କ ମଧ୍ୟରେ ବୈଠକ ହୋଇଛି। ଅକାଳୀ ଓ ବିଜେପି ମେଣ୍ଟ ୨୦୧୯ ଲୋକସଭା ନିର୍ବାଚନ ଲଢିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି। ୨୦୧୪ ଲୋକସଭା ନିର୍ବାଚନରେ ବି ଅକାଳୀ ୧୦ ଓ ବିଜେପି ୩ଟି ଆସନରେ ନିର୍ବାଚନ ଲଢିଥିଲେ। ଏଥିରେ ଉଭୟ ଦଳ ମାତ୍ର ୫ଟି ଆସନ ଜିତିପାରିଥିଲେ।
ଏହି ବୈଠକରେ ବିଜେପି ନେତା ଅମିତ ଶାହା, ସୁଖବର ସିଂହ ବାଦଲ ଏବଂ ପ୍ରେମାସିଂହ ଚନ୍ଦୁମାଜରା ମଧ୍ୟ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories