www.samajalive.in
Monday, December 8, 2025
27.1 C
Bhubaneswar

ବିଶ୍ବର ସର୍ବୋଚ୍ଚ ରୁଦ୍ରାକ୍ଷ ଶିବଲିଙ୍ଗ

ଗୁଜରାଟର ଜୁନାଗଡରେ ବିଶ୍ବର ସର୍ବୋଚ୍ଚ ରୁନ୍ଦ୍ରାକ୍ଷ ଶିବଲିଙ୍ଗ ନିର୍ମାଣ କରାଯାଇଛି । ମହାଶିବରାତ୍ରି ଅବସରରେ ଜୁନାଗଡରେ ମିନି କୁମ୍ଭ ମେଳା ଆୟୋଜନ କରାଯାଇଛି । ଏହାର ମୁଖ୍ୟ ଆକର୍ଷଣ ରହିଛି ୫୧ ଫୁଟ୍ ଉଚ୍ଚ ବିଶିଷ୍ଟ ରୁଦ୍ରାକ୍ଷ ଶିବଲିଙ୍ଗ । ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଏହି ଶିବଲିଙ୍ଗ ୫୧ ଲକ୍ଷ ରୁନ୍ଦ୍ରାକ୍ଷରେ ନିର୍ମାଣ କରାଯାଇଛି । ଏହି ଶିବଲିଙ୍ଗକୁ ଦୂରରୁ ଦେଖିଲେ ଏହା ରୁଦ୍ରାକ୍ଷରେ ତିଆରି ବୋଲି ବିଲକୁଲ୍ ଜଣାପଡିବ ନାହିଁ କିନ୍ତୁ ନିକଟରୁ ଦେଖିଲେ ରୁଦ୍ରାକ୍ଷ ନଜର ଆସିବ । ଏହି ଶିବଲିଙ୍ଗରେ ଏକ ବଡ ମାଳା ପଡିଛି । ବର୍ତ୍ତମାନ ଏହି ଶିବଲିଙ୍ଗ ମୁଖ୍ୟ ଆକର୍ଷଣ ପାଲଟିଥିବା ବେଳେ ଏହାକୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ଭାବ ବିହ୍ବଳ ହୋଇ ପଡିଛନ୍ତି । ଗୁଜୁରାଟର ରାଜ୍ୟପାଳ ଓପି କୋହଲିଙ୍କ ଦ୍ବାରା ଭବନାଥ ମନ୍ଦିରର ଧ୍ବଜାରୋହଣ ହେବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲା ଯାଇଛି।

ଏହା ପୂର୍ବରୁ ରାଜସ୍ଥାନର ଯୋଧପୁର ସହରର ପ୍ରାୟ ୬୫ କିମି ଦୂରରେ ଥିବା ପ୍ରସିଦ୍ଧ ସଚ୍ଚିୟାୟ ମାତା ମନ୍ଦିରରେ ୨୫ ଲକ୍ଷ ରୁଦ୍ରାକ୍ଷରେ ୩୩ ଫୁଟ୍ ଉଚ୍ଚତା ବିଶିଷ୍ଟ ଶିବଲିଙ୍ଗ ନିର୍ମାଣ କରାଯାଇଥିଲା । ପୂର୍ବରୁ ଏହା ସର୍ବୋଚ୍ଚ ଶିବଲିଙ୍ଗ ଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories