www.samajalive.in
Friday, December 12, 2025
16.1 C
Bhubaneswar

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ,୧୬,୦୦୦ଟଙ୍କା ଜୋରିମାନା

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୬ହଜାର ଟଙ୍କା ଜୋରିମାନା ଦେବାକୁ ରାୟ ପ୍ରକାଶ ପାଇଛି । ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୪ବର୍ଷିୟା ନାବାଳିକାର ଦୁଷ୍କର୍ମ ମାମଲାର ବିଚାର କରି ୧୭ ଜଣ ସାକ୍ଷୀ ଡ଼ାକ୍ତରୀ ରିପୋର୍ଟ ଆଧାରରେ ଦାରିଙ୍ଗିବାଡ଼ି ଥାନା ଅଂଚଳର ହର୍ମି ମଲିକକୁ ଦୋଷୀ ସାବ୍ୟସ୍ତ କରିଛନ୍ତିି । ଏହାସହିତ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୬,୦୦୦ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ କରିଲେ ଆଉ ଅଧିକ ୧ବର୍ଷ ୯ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି ।

ସରକାରଙ୍କ ତରଫରୁ ଫାଷ୍ଟ୍‌ ଟ୍ରାକ୍ ପୋସ୍କୋ କୋର୍ଟ ର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ। । ସୂଚନା ଅନୁସାରେ ପିଡୀତା ୨୦୨୪ ସେପ୍ଟେମ୍ବର ୧ରେ ଡ୍ରେସ୍ କିଣିବା ପାଇଁ ଦାରିଙ୍ଗିବାଡ଼ି ବଜାରକୁ ଯାଉଥିଲେ । ଏହି ସମୟରେ ଅଭିଯୁକ୍ତ ଅଟୋ ରିକ୍ସା ନେଇ ପିଡୀତା କୁ ବଜାରରେ ଛାଡି ଦେବି କହି ଜୋର୍ ଜବରଦସ୍ତିକରି ଅଟୋ ରିକ୍ସା ରେ ବସାଇ ପାଙ୍ଗାଲି ଜଙ୍ଗଲ ଆଡ଼କୁ ନେଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗେ ହୋଇଥିଲା । ଏହାସହିତ ଏହି କଥା କାହାରିକୁ କହିଲେ ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲା ଅଭିଯୁକ୍ତ । ତାପରେ ପିଡୀତା କୁ ଅଟୋ ରିକ୍ସା ରେ ବସାଇ ଗାଆଁ ପାଖରେ ଛାଡ଼ି ଦେଇ ଚାଲିଯାଇଥିଲା।

- Advertisement -

ପିଡୀତା ଘର ଲୋକମାନଙ୍କୁ ଏସବୁ ଘଟଣା କହିବାରୁ ସେମାନେ ଦାରିଙ୍ଗିବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ମାମଲା ରୁଜୁ କରି ଏସ୍ ଆଇ ଲକ୍ଷ୍ମୀ ମାଝୀ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଏବେ ମାମଲାର ବିଚାର କରାଯାଇ ବିଚାରପତି ଉକ୍ତ ରାୟ ପ୍ରକାଶ କରିଛନ୍ତି। ପିଡୀତା କୁ କ୍ଷତି ପୂରଣ ବାବଦକୁ ଛଅ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories