ସମ୍ବଲପୁର: ସମ୍ବଲପୁରରୁ ବୁର୍ଲା ଅଞ୍ଚଳକୁ ଚୋରାରେ ଚାଲାଣ ହେଉଥିବା ବେଳେ ଅଇଁଠାପାଲି ପୁଲିସ ବିପୁଳ ମଦ ଜବତ
କରିଛି । ପୁଲିସର ସୁଚନା ଅନୁଯାୟୀ, ମଙ୍ଗଳବାର ରାତ୍ରିରେ ପେଟ୍ରୋଲିଂ ସମୟରେ ଖବର ମିଳିବାରୁ ଏକ ବୋଲେରୋ
ଗାଡିକୁ ଅଇଁଠାପାଲି ପୁଲିସ ଧରିଥିଲା । ଉକ୍ତ ଗାଡିକୁ ଯାଞ୍ଚ କରିବାରୁ ଗାଡିରୁ ୩୬୧ଟି ବୋତଲ ବିଅର ଓ ୧୫୭ ଟି
ବିଦେଶୀ ମଦ ଭର୍ତ୍ତି ବୋତଲ ମିଳିଥିଲା । ଏ ସମ୍ପର୍କରେ ଗାଡି ଚାଳକ ତଥା ବୁର୍ଲା ନିବାସୀ ଗୁଆଲାପଡା ନିବାସୀ ଅରବିନ୍ଦ ରାୟ(୨୫) କୁ ଗିରଫ କରିବା ସହିତ ଏନେଇ ଏକ ମାମଲା ରୁଜୁ କରି ଗାଡିକୁ ଜବତ କରିଛି ପୁଲିସ ।
ବିପୁଳ ବିଦେଶୀ ମଦ ଜବତ, ଜଣେ ଗିରଫ
Popular Categories



