www.samajalive.in
Saturday, December 6, 2025
17.1 C
Bhubaneswar

ଜିତିଲା ଭାରତ – ଏସିଆକପ୍‌ କ୍ରିକେଟ୍‌ରେ ୟୁଏଇକୁ ପରାସ୍ତ କଲା

ଦୁବଇ – ଦୁବଇରେ ଚାଲିଥିବା ଏସିଆକପ୍‌ କ୍ରିକେଟ୍‌ ଭାରତ ଏହାର ପ୍ରଥମ ମ୍ୟାଚରେ ୟୁଏଇକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ୟୁଏଇ ୫୭ ରନ୍‌ କରିଥିବା ବେଳେ ଭାରତର ବ୍ୟାଟ୍ସମ୍ୟାନ୍‌ ମାନେ ମାତ୍ର ୨୭ଟି ବଲ୍‌ରେ ବିଜୟ ଲକ୍ଷ୍ୟ ହାସଲ କରିଛନ୍ତି । ଏକ ଓ୍ୱିକେଟ୍‌ ହରାଇ ଭାରତ ଏହି ବିଜୟ ହାସନ କରିଛି ।

ଭାରତର ଘାତକ ବୋଲିଂ ଆଗରେ ୟୁଏଇର ବ୍ୟାଟ୍ସମ୍ୟାନମାନେ ତିଷ୍ଠି ପାରିଲେ ନଥିଲେ । ୟୁଏଇ ଦଳ ମାତ୍ର ୫୭ ରନରେ ଅଲଆଉଟ ହୋଇଯାଇଥିଲେ। ସେମାନଙ୍କର ଆଠଜଣ ବ୍ୟାଟ୍ସମ୍ୟାନ ଦଶରୁ ଅଧିକ ରନ କରିପାରି ନାହାନ୍ତି।

- Advertisement -

ୟୁଏଇର ଇନିଂସ ଆରମ୍ଭ କରିଥିଲେ ଅଧିନାୟକ ମୋହମ୍ମଦ ଓ୍ଵାସିମ ଓ ଅଲିଶାନ ଶରାଫୁ, କିନ୍ତୁ ଭାରତୀୟ ବୋଲରମାନେ ଆରମ୍ଭରୁ ହିଁ ଚାପ ସୃଷ୍ଟି କରିଥିଲେ।୨୬ ରନରେ ୟୁଏଇ ଦଳକୁ ପ୍ରଥମ ଝଟକା ଲାଗିଥିଲା । ଜସପ୍ରୀତ ବୁମରାହ ଅଲିଶାନ ଶରାଫୁଙ୍କୁ ବୋଲ୍ଡ କରିଥିଲେ।

ଏହାପରେ ବରୁଣ ଚକ୍ରବର୍ତୀଙ୍କ ବଲରେ ମୋହମ୍ମଦ ଜୋହେବ କରି ଆଉଟ ହୋଇଥିଲେ। ନବମ ଓଭରରେ କୁଲଦୀପ ଯାଦବ ଚମତ୍କାର ପ୍ରଦର୍ଶନ କରି ଗୋଟିଏ ଓଭରରେ ତିନୋଟି ଉଇକେଟ ନେଇଥିଲେ। ସେ ରାହୁଲ ଚୋପଡ଼ା (୩ରନ୍‌), ଅଧିନାୟକ ମୋହମ୍ମଦ ଓ୍ଵାସିମ (୧୯ରନ୍‌) ଓ ହର୍ଷିତ କୌଶିକ (୨ରନ୍‌)ଙ୍କୁ ପାଭିଲିୟନକୁ ଫେରାଇ ଦେଇଥିଲେ।

ୟୁଏଇ ୫୦ ରନରେ ପାଞ୍ଚଟି ଉଇକେଟ ହରାଇଥିଲା। ୫୧ ରନରେ ଶିବମ ଦୁବେ ଆସିଫ ଖାନ ଙ୍କୁ ଆଉଟ କରି ଷଷ୍ଠ ଝଟକା ଦେଇଥିଲେ। ତା’ପରେ ୫୨ ରନରେ ଅକ୍ଷର ପଟେଲ ସିମରନଜିତ ସିଂହ ଙ୍କୁ ଏଲବିଡବ୍ଲୁ କରି ସପ୍ତମ ଉଇକେଟ ନେଇଥିଲେ। ଶିବମ ଦୁବେ, ଧ୍ରୁବ ପରାଶର ଓ ଜୁନୈଦ ସିଦ୍ଦିକୀ ଙ୍କୁ ମଧ୍ୟ ଆଉଟ କରିଥିଲେ।

ଶେଷ ଝଟକା ଦେଇଥିଲେ କୁଲଦୀପ ଯାଦବ ।ତାଙ୍କ ବୋଲିଂରେ ହୈଦର ଅଲି ଙ୍କୁ ସଞ୍ଜୁ ସାମସନ କ୍ୟାଚ ଧରିଥିଲେ। ଭାରତ ତରଫରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ଉଇକେଟ ନେଇଥିବା ବେଳେ ଶିବମ ଦୁବେ ୩ଟି ଉଇକେଟ ନେଇଥିଲେ। ଜସପ୍ରୀତ ବୁମରାହ, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତୀ ଗୋଟିଏ ଲେଖାଏଁ ଉଇକେଟ ପାଇଥିଲେ। ୟୁଏଇର ସମ୍ପୂର୍ଣ୍ଣ ଦଳ ୫୭ ରନ୍‌ ସ୍କୋରରେଶେଷ ହୋଇଥିଲା । ଭାରତୀୟ ବୋଲରମାନଙ୍କର ଆଧିପତ୍ୟ ସମଗ୍ର ଇନିଂସରେ ଦେଖାଯାଇଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories