www.samajalive.in
Saturday, December 6, 2025
23.1 C
Bhubaneswar

ନେପାଳ ପରେ ଏବେ ଫ୍ରାନ୍ସରେ ହିସାଂ -‘ବ୍ଲକ ଏଭ୍ରିଥିଙ୍ଗ’ ନାମରେ ବିକ୍ଷୋଭ ପ୍ରଦର୍ଶନ

ପ୍ୟାରିସ – ନେପାଳରେ ସମ୍ପ୍ରତି ହୋଇଥିବା ବିକ୍ଷୋଭ ପରେ ଏବେ ଫ୍ରାନ୍ସରେ ମଧ୍ୟ ବିଦ୍ରୋହ ପରିସ୍ଥିତି ସୃଷ୍ଟି ହୋଇଛି। ରାଜଧାନୀ ପ୍ୟାରିସରେ ହଜାର ହଜାର ଲୋକ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଏହି ବିକ୍ଷୋଭରେ ଫିଲିସ୍ତିନୀ ପତାକା ମଧ୍ୟ ଉଡ଼ାଯାଇଛି । ଅନେକ ଅଞ୍ଚଳରେ ବିକ୍ଷୋଭକାରୀମାନେ ନିଆଁ ଲଗାଇବା ଓ ଭାଙ୍ଗରୁଜା କରିଛନ୍ତି । ଧୂଆଁର ଗୁଣ୍ଡ ସାରା ପରିବେଶକୁ ଉତ୍ତେଜନାପୂର୍ଣ୍ଣ କରିଦେଇଥିଲା। ‘ବ୍ଲକ ଏଭ୍ରିଥିଙ୍ଗ’ ନାମରେ ଚାଲିଥିବା ଏହି ଆନ୍ଦୋଳନ ଫ୍ରାନ୍ସରେ ଅସ୍ଥିରତା ଆଣି ଦେଇଛି ।

- Advertisement -

ବିଭିନ୍ନ ସ୍ଥାନରେ ରାସ୍ତାରେ ଜନତା ପୁଲିସ ସହ ସଂଘର୍ଷ ହୋଇଥିଲା। ପରିସ୍ଥିତି ଅଣାୟତ ହୋଇଥିଲା। ଏପର୍ଯ୍ୟନ୍ତ ୨୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଫ୍ରାନ୍ସର ଗଣମାଧ୍ୟମ ଅନୁସାରେ, ବିକ୍ଷୋଭରେ ବହୁ ସଂଖ୍ୟାରେ ଅବୈଧ ପ୍ରବାସୀ ମଧ୍ୟ ସାମିଲ ଅଛନ୍ତି ।

ବିକ୍ଷୋଭକାରୀମାନେ ସରକାରୀ ନୀତିକୁ ବିରୋଧ କରି ‘ବ୍ଲକ ଏଭ୍ରିଥିଙ୍ଗ’ ସ୍ଲୋଗାନ ଦେଇଥିଲେ । ନେପାଳ ଓ ଫ୍ରାନ୍ସର ଘଟଣାଗୁଡ଼ିକରେ ଏକ ଅଜଣା ସମାନତା ରହିଛି । କାଠମାଣ୍ଡୁ ପରି ପ୍ୟାରିସର ରାସ୍ତାଘାଟରେ ମଧ୍ୟ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ସଂଘର୍ଷ ହୋଇଛି । ବିକ୍ଷୋଭକାରୀମାନେ ବିଭି ଦୋକାନ ଓ ଗାଡ଼ିରେ ନିଆଁ ଲଗାଇଛନ୍ତି । ଲୋକଙ୍କର କ୍ରୋଧ ହିଂସାରେ ପରିଣତ ହୋଇଛି। ଫ୍ରାନ୍ସରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଙ୍କ ନୀତି ବିରୁଦ୍ଧରେ ଏହା ସବୁଠାରୁ ବଡ଼ ଆନ୍ଦୋଳନ ବୋଲି କୁହାଯାଉଛି। ବିଶେଷ କଥା ହେଲା, ନେପାଳଠାରୁ ସାତ ହଜାର କିଲୋମିଟର ଦୂରରେ ଥିବା ଫ୍ରାନ୍ସରେ ସେହି ଏକାପରି ଦୃଶ୍ୟ ପୁନରାବୃତ୍ତି ହୋଇଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories