ଦେଓଗାଁ: ୟୁରିଆ ସାର ପାଇଁ ଚାଷୀ ରାଜରାସ୍ତା ରେ ଆନ୍ଦୋଲନ କରୁଥିବା ବେଳେ ପେକ୍ସକୁ ଆସିଥିବା ୟୁରିଆ ସାର ନେବା ପାଇଁ ଲାଇନ ଲାଗିଛି ଆଧାର କାର୍ଡ। ରାତି ୩ଟା ରୁ ଆଧାର କାର୍ଡ ଆଣି ଲାଇନ ଲଗାଇଛନ୍ତି ଚାଷୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଗୌଡଗୋଠ ପ୍ୟାକ୍ସରେ ଆଜି ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । କୃଷି ସମବାୟ ସମିତି ସମ୍ମୁଖରେ ଲାଇନରେ ନାହାନ୍ତି ଚାଷୀ, ଲମ୍ବା ଲାଇନରେ ଲାଗିଛି ଆଧାର କାର୍ଡ । ୮ଶହ ରୁ ଅଧିକ ଚାଷୀ ଲାଇନରେ ଛିଡ଼ା ହେବା ଅସମ୍ଭବ ହୋଇଥିବାରୁ ଆଧାର କାର୍ଡକୁ ଲମ୍ବା ଲାଇନ ଲଗାଇଛନ୍ତି । ଗୌରଗୋଠ ପେକ୍ସରେ ୭୬୦ ଜଣ ଚାଷି ଧାନ ବିକ୍ରୀ କରିବା ପାଇଁ ପଞ୍ଜୀକୃତ କରିଥିବା ବେଳେ ୩୧୫ ବସ୍ତା ସାର ଆସିଛି।
ପ୍ରଥମେ ଋଣ ନେଇଥିବା ଚାଷୀଙ୍କୁ ୟୁରିଆ ସାର ଦେବାର ନୀୟମ ସରକାର କରିଥିବାରୁ ଅଣ ୠଣୀ ଚାଷୀ ଆଧାର କାର୍ଡ ଲାଇନ ରେ ଲଗାଇ ଚିନ୍ତାରେ ରହିଛନ୍ତି। ତେବେ କମ ସାର ଥିବା ବେଳେ ଅଧିକ ଚାଷୀ ଲାଇନ ଲାଗିଥିବାରୁ ଚିନ୍ତାରେ ରହିଛନ୍ତି ପେକ୍ସ କର୍ତ୍ତୃପକ୍ଷ ।
ୟୁରିଆ ସାର ପାଇଁ ପ୍ୟାକ୍ସ୍ ସାମ୍ନାରେ ଲମ୍ବା ଲାଇନରେ ଆଧାର କାର୍ଡ …. ସାର ୩ଶହ ବସ୍ତା କୁ ଚାଷୀ ୮ଶହ
Popular Categories



