www.samajalive.in
Saturday, December 6, 2025
16.1 C
Bhubaneswar

ପିତୃପକ୍ଷ: ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ, କେଉଁ ରାଶି ହେବେ ମାଲାମାଲ୍‌, କାହାର ଦେଖାଦେବ ସମସ୍ୟା

ଚଳିତ ବର୍ଷ ପିତୃପକ୍ଷ ୭ ସେପ୍ଟେମ୍ବର ୨୦୨୫ରୁ ଆରମ୍ଭ ହୋଇଛି। ହିନ୍ଦୁ ଧର୍ମରେ ଏହି ୧୫ ଦିନର ଖୁବ୍‌ ମହତ୍ତ୍ୱ ରହିଛି। ପିତୃପକ୍ଷରେ ପୂର୍ବପୁରୁଷଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା ସହ ତିଳ ତର୍ପଣ କରାଯାଏ । ଏହାଦ୍ୱାରା ପୂର୍ବ ପୁରୁଷ ଶାନ୍ତି ହେବା ସହ ସେମାନଙ୍କ ଆଶୀର୍ବାଦ ମିଳିଥାଏ । ପୂର୍ବ ପୁରୁଷ ସନ୍ତୁଷ୍ଟ ହେଲେ ଜୀବନରେ ଥିବା ସମସ୍ୟା ଦୂର ହୋଇ ସଫଳତା ମିଳିଥାଏ । ପିତୃପକ୍ଷ ସମୟରେ ୧୪ ସେପ୍ଟେମ୍ବରରେ ଚନ୍ଦ୍ରମା ମିଥୁନ ରାଶିରେ ପ୍ରବେଶ କରିବେ, ଦେବଗୁରୁ ବୃହସ୍ପତି ପୂର୍ବରୁ ହିଁ ଏଠାରେ ବିରାଜମାନ ରହିଛନ୍ତି । ଫଳରେ ଗୁରୁ- ଚନ୍ଦ୍ର ଏକାଠି ହେବା ଦ୍ୱାରା ଗଜକେସରୀ ଯୋଗ ସୃଷ୍ଟି ହେବ । ଶାସ୍ତ୍ର ଅନୁସାରେ ପିତୃପକ୍ଷରେ ଗଜକେସରୀ ଯୋଗକୁ ଖୁବ୍‌ ଶୁଭ ବୋଲି ମାନ୍ୟତା ରହିଛି । ଏହା ଖୁବ୍‌ ପ୍ରଭାବଶାଳୀ ଓ ଶକ୍ତିଶାଳୀ । ଚନ୍ଦ୍ର-ଗୁରୁଙ୍କ ସଂଯୋଗରୁ ସୃଷ୍ଟି ହେଉଥିବା ଦୁର୍ଲ୍ଲଭ ଯୋଗ ଫଳରେ ପିତୃପକ୍ଷରେ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ । ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ..

ମେଷ- ଏହି ରାଶିଙ୍କର ଦାୟିତ୍ୱ ବଢିବ । ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ମଙ୍ଗଳବାର ହନୁମାନ ଚାଳିସା ପାଠ କରିବା ସହ ପୂର୍ବପୁରୁଷଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ ।

- Advertisement -

ବୃଷ- ଆର୍ଥିକ କ୍ଷେତ୍ରରେ ଉତ୍ଥାନ ପତନ ଦେଖାଦେଇପାରେ । ଶୁଭଫଳ ପାଇଁ ରାଶି ଦାନ କରିବା ସହ ଘରେ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ ।

ମିଥୁନ- କାର୍ଯ୍ୟରେ ସମସ୍ୟା ଓ ସାମାନ୍ୟ ଚିନ୍ତା ଦେଖାଦେଇପାରେ । ଚଣା ଓ ସବୁଜ ପନିପରିବା ଦାନ କରନ୍ତୁ । ଭଗବାନଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ ।

କର୍କଟ- ପରିବାରରେ ହସଖୁସିର ବାତାବରଣ ରହିବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ସୋମବାର ଶିବ ଲିଙ୍ଗରେ କ୍ଷୀର ଅର୍ପଣ କରିବା ସହ କାଉଙ୍କୁ ଭୋଜନ ଦିଅନ୍ତୁ ।

ସିଂହ- କର୍ମକ୍ଷେତ୍ରରେ ଲାଭ ମିଳିବ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ରବିବାରରେ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ଗହମ ଦାନ କରନ୍ତୁ ।

କନ୍ୟା- ଧନ ଲାଭର ଯୋଗ ରହିଛି । ମାନସିକ ଚିନ୍ତା ଧିରେ ଧିରେ ଦୂର ହେବ । ପୂର୍ବପୁରୁଷଙ୍କ ନାମରେ ଅସହାୟଙ୍କୁ ଭୋଜନ ଦାନ କରନ୍ତୁ ।

ତୁଳା- ଏହି ରାଶିଙ୍କର ସମ୍ପର୍କରେ ଉତ୍ଥାନପତନ ଦେଖାଦେଇପାରେ । ଶୁକ୍ରବାର ଭଗବାନଙ୍କ ନିକଟରେ କ୍ଷୀରି ଭୋଗ କରିବା ସହ କନ୍ୟାଙ୍କୁ ଭୋଜନ କରାନ୍ତୁ ।

ବିଛା- ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ମଙ୍ଗଳବାର ଗୁଡ ଓ ମସୁର ଡାଲି ଦାନ କରନ୍ତୁ । ପୂର୍ବପୁରୁଷଙ୍କ ପାଇଁ ଦୀପ ଲଗାନ୍ତୁ ।

ଧନୁ- ଛାତ୍ରଛାତ୍ରୀ ଓ ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ । ହଠାତ୍‌ ଧନ ପ୍ରାପ୍ତି ହେବ । ଗୁରୁବାର ଫୁଲ ଓ ଚଣା ଡାଲି ଦାନ କରନ୍ତୁ ।

ମକର- ପରିବାରରେ ସାମାନ୍ୟ ବିବାଦ ଦେଖାଦେଇପାରେ । ଶନିବାର ତେଲ ଦୀପ ଲଗାନ୍ତୁ । ଗରିବଙ୍କୁ ଦାନ କରନ୍ତୁ ।

କୁମ୍ଭ-ନୂଆ କାମ ଆରମ୍ଭ କରିବେ । ଯାତ୍ରାରୁ ଲାଭବାନ୍‌ ହେବେ । ଶନିବାର ଦିନ ଶନିଦେବଙ୍କୁ ପୂଜା କରନ୍ତୁ । ଜଳରେ କଳା ରାଶି ପକାଇ ଅର୍ପଣ କରନ୍ତୁ ।

ମୀନ- ପୂର୍ବ ପୁରୁଷଙ୍କ କୃପାରୁ ଅଟକି ଥିବା କାମ ପୂରଣ ହେବ । ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ । ଗୁରୁବାର କଦଳୀ ବୃକ୍ଷର ପୂଜା କରନ୍ତୁ । ଗୋ ମାତାଙ୍କୁ ଭୋଜନ ଦିଅନ୍ତୁ ।

ଆରମ୍ଭ ହେଲା ପିତୃପକ୍ଷ : ଜାଣନ୍ତୁ କେଉଁ କାର୍ଯ୍ୟ ବର୍ଜନୀୟ; କ’ଣ କରିବେ ନାହିଁ ଦାନ

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories