www.samajalive.in
Friday, December 12, 2025
16.1 C
Bhubaneswar

ସାପ କାମୁଡାରେ ନାବାଳକର ମୃତ୍ୟୁ ;ଏବେ ବି ଝଡା ଫୁଙ୍କାରେ ବିଶ୍ବାସ କରୁଛନ୍ତି ଲୋକେ

ଅନୁଗୁଳ: ଅନୁଗୁଳ ବ୍ଲକ ପୁରୁଣାକୋଟ ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମିଳିଥିବା ଖବର ଅନୁସାରେ ପୁରୁଣାକୋଟ ଗ୍ରାମର ଚେରୁ ନାୟକଙ୍କ ୧୨ ବର୍ଷର ପୁଅ ଚନ୍ଦନ ନାୟକ ତାଙ୍କ ମା ସହିତ ସୋମବାର ରାତିରେ ଘର ଭିତରେ ମଶାରୀ ଟାଣି ଶୋଇଥିଲେ। କିନ୍ତୁ ରାତି ପ୍ରାୟ ୧୧ଟା ବେଳେ ଗୋଟିଏ ଚିତି ସାପ ଚନ୍ଦନଙ୍କ ଉପରେ ଚଢି ଯାଇଥିବା ଦେଖିଥିଲେ। ଫଳରେ ସାପକୁ ପରିବାର ଲୋକ ମାରି ଦେଇଥିଲେ। ଚନ୍ଦନକୁ ସାପ କାମୁଡି ଥିବା ସଂଦେହ କରି ଝଡାଫୁଙ୍କା କରିଥିଲେ ଓ ପରେ ପୁରୁଣାକୋଟ ଥାନା ପାଖରେ ଥିବା ମଙ୍ଗଳା ମନ୍ଦିରକୁ ନେଇ ଅଧିଆ ପଡିଥିଲେ। ରାତି ତିନିଟା ବେଳେ ଅବସ୍ଥା ଗୁରୁତର ହେବାରୁ ଗୋଟିଏ କାର ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ସକାଳ ସାତଟା ବେଳେ ଭର୍ତ୍ତି କରିଥିଲେ । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଭାଙ୍ଗିଲା ସବୁ ରେକର୍ଡ ; ୨୨ କ୍ୟାରେଟ୍‌ ସୁନା ଟପିଲା ଲକ୍ଷେ ଟଙ୍କା

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories