ସମାଜ ଡିଜିଟାଲ ଡେସ୍କ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଛି । ଅପରାହ୍ନ ୫ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ କରାଯିବ । ଗୋପନ ବାଲଟରେ ଭୋଟ୍ ଦେଉଛନ୍ତି ସାଂସଦ । ସଂସଦ ଭବନରେ ପ୍ରଥମେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା କରାଯିବ । ଏନଡିଏର ପୋଲିଂ ଏଜେଣ୍ଟ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଓ ରାମମୋହନ ନାଇଡୁ ରହିଛନ୍ତି । ଇଣ୍ଡିମେଣ୍ଟର ପୋଲିଂ ଏଜେଣ୍ଟ ନାସିର୍ ହୁସେନ୍, ମାଣିକମ୍ ଟାଗୋର ଓ ଶକ୍ତି ସିଂହ ଗୋହିଲ୍ । ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ଓ ଇଣ୍ଟି ମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର ହେଉଛି । ଏନଡିଏରୁ ମହାରାଷ୍ଟ୍ର ରାଜ୍ୟପାଳ ସି.ପି ରାଧାକୃଷ୍ଣନ ପ୍ରାର୍ଥୀ ହୋଇଥିବା ବେଳେ ଇଣ୍ଡିମେଣ୍ଟର ପ୍ରାର୍ଥୀ ଅବସରପ୍ରାପ୍ତ ବିଚାରପତି ବି.ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ସିଧାସଳଖ ଫାଇଟ୍ ହେଉଛି । ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଭୋଟ୍ ଦେଉଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ୩୮୬ସଭ୍ୟଙ୍କ ସମର୍ଥନ ଆବଶ୍ୟକ । ଜଗଦୀପ ଧନଖରଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦ ଖାଲି ପଡିଛି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଜୁଲାଇ ୨୨ରେ ଇସ୍ତଫା ଦେଇଥିଲେ ।
#VicePresidentialElection2025 #CPRadhakrishnan #SudershanReddy pic.twitter.com/2jUyKjFzei
— SansadTV (@sansad_tv) September 9, 2025



