www.samajalive.in
Saturday, December 6, 2025
17.1 C
Bhubaneswar

ଆରମ୍ଭ ହେଲା ପିତୃପକ୍ଷ : ଜାଣନ୍ତୁ କେଉଁ କାର୍ଯ୍ୟ ବର୍ଜନୀୟ; କ’ଣ କରିବେ ନାହିଁ ଦାନ

ହିନ୍ଦୁଙ୍କ ପାଇଁ ପିତୃପକ୍ଷ ଖୁବ୍‌ ଖାସ୍‌ । ଶାସ୍ତ୍ର ଅନୁସାରେ ଭାଦ୍ରବ ପୂର୍ଣ୍ଣିମାରୁ ପିତୃପକ୍ଷର ଆରମ୍ଭ ହୋଇଥାଏ । ଚଳିତ ବର୍ଷ ୭ ସେପ୍ଟେମ୍ବରରେ ଆରମ୍ଭ ହୋଇଛି ପିତୃପକ୍ଷ । ୨୧ ସେପ୍ଟେମ୍ବରରେ ଏହା ଶେଷ ହେବ । ମାନ୍ୟତା ଅନୁସାରେ ଏହି ସମୟରେ ପୂର୍ବପୁରୁଷ ପୃଥିବୀ ପୃଷ୍ଠକୁ ଆସିଥାନ୍ତି । ଶ୍ରାଦ୍ଧ ଓ ତର୍ପଣ ଗ୍ରହଣ କରନ୍ତି । ଏହାଦ୍ୱାରା ପରିବାରରେ ସୁଖଶାନ୍ତି ସହ ପୂର୍ବପୁରୁଷଙ୍କ ଆଶୀର୍ବାଦ ପରିବାର ଲୋକଙ୍କୁ ମିଳିଥାଏ । ପୂର୍ବପୁରୁଷ ଶାନ୍ତ ହୋଇ ଥାନ୍ତି । ପୂର୍ବ ପୁରୁଷ ଅସନ୍ତୁଷ୍ଟ ହେଲେ ଜୀବନରେ ସମସ୍ୟା ସହ ଅସଫଳତା ଲାଗି ରହିଥାଏ ବୋଲି କୁହାଯାଏ ।
ପିତୃପକ୍ଷରେ ପୂର୍ବପୁରୁଷଙ୍କ ପୂଜା କରିବା ସହ ପବିତ୍ର ନଦୀରେ ସ୍ନାନ, ଅସହାୟଙ୍କୁ ଦାନ କରିବା ଉଚିତ୍‌ । କାହା ସହ କଳହ କରିବା ମଧ୍ୟ ଉଚିତ୍‌ ନୁହେଁ ।

ପିତୃପକ୍ଷରେ କେଉଁ କାର୍ଯ୍ୟ କରିବା ଉଚିତ୍‌ ନୁହେଁ..

- Advertisement -

ବିବାହ କରନ୍ତୁ ନାହିଁ
ଗୃହ ପ୍ରବେଶ କରିବା ଅନୁଚିତ୍‌
ଦୋକାନ ଉଦଘାଟନ କରନ୍ତୁ ନାହିଁ
ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ
ନୂଆ ଜିନିଷ କିଣନ୍ତୁ ନାହିଁ
ଆମିଷ ଭୋଜନ କରନ୍ତୁ ନାହିଁ
ଅପରିଷ୍କାର ପୋଷାକ ପିନ୍ଧନ୍ତୁ ନାହିଁ
ଚମଡା ଜିନିଷ ବ୍ୟବହାର କରନ୍ତୁ ନାହିଁ
ଜୀବ ହତ୍ୟା କରନ୍ତୁ ନାହିଁ
ମିଛ କୁହନ୍ତୁ ନାହିଁ, କାହାର ଅପମାନ କରନ୍ତୁ ନାହିଁ

କ’ଣ କିଣିବେ ନାହିଁ
ସୁନା,ରୁପା ଆଭୂଷଣ
ନୂଆ ପୋଷାକ
ଯାନ
ଘରୋଇ ସାଜସଜ୍ଜା ଜିନିଷ
ଭୂମି,ଘର
ଲୁହାରେ ତିଆରି ଜିନିଷ
ଚମଡାରେ ତିଆରି ଜିନିଷ

କ’ଣ ଦାନ କରିବେ ନାହିଁ
ଲୁହା ବାସନ
ଧାରୁଆ ଜିନିଷ
କାଚରେ ତିଆରି ଜିିନିଷ
ଚମଡାରେ ତିଆରି ଜିନିଷ
ପୁରୁଣା, ଛିଣ୍ଡା ପୋଷାକ
ତେଲ
ବାସି, ଅଇଁଠା ଖାଦ୍ୟ
ଲୁଣ
ପ୍ଲାଷ୍ଟିକ୍‌ରେ ତିଆରି ଜିନିଷ

୧୫ ସେପ୍ଟେମ୍ବର ପରେ ଏହି ୪ ରାଶିଙ୍କ ପାଇଁ ଆସୁଛି ବଡ ଖୁସି ; ଶୁକ୍ର ଚଳନ ପରେ ହେବେ ହଠାତ୍‌ ଧନୀ, ମିଳିବ ସଫଳତା..

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories