www.samajalive.in
Sunday, December 7, 2025
26.1 C
Bhubaneswar

ସତ ହେଲା ‘ସମାଜ’ ଆକଳନ : କାଲି ଉପରାଷ୍ଟ୍ରପତି ନିର୍ବାଚନ: ଭୋଟିଂରେ ଭାଗ ନେବନି ବିଜେଡି, ନବୀନଙ୍କ ଘୋଷଣା ପରେ ଦଳରେ କମ୍ପନ..

ନୂଆଦିଲ୍ଲୀ: ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵର: ସତ ହେଲା  ‘ସମାଜ’  ଆକଳନ,ସମାଜ ପ୍ରଥମ ଗଣମାଧ୍ୟମ ଯିଏ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଦାନରୁ ବିଜେଡି ବିରତ ରହିବ ବୋଲି ପୂର୍ବରୁ ଆକଳନ କରିଥିଲା ବିଜେଡି  ପିଏସସିର ପ୍ରସ୍ତାବ ସମ୍ପର୍କରେ ଖବର ଗତ ୨୨ରେ ସମାଜରେ ପ୍ରକାଶ ପାଇଥିଲା ସୋମବାର ନୂଆଦିଲ୍ଲୀରେ ବିଧିବଦ୍ଧ ଭାବେ ଏନେଇ ଦଳର ସାଂସଦ ଡ.ସସ୍ମିତ ପାତ୍ର  ଘୋଷଣା କରିବା ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି   ଡ.ପାତ୍ର କହିଥିଲେ ବିଜୁ ଜନତା ଦଳର ସମସ୍ତ ସାଂସଦ ଉପ- ରାଷ୍ଟ୍ରପତି ନିର୍ବାଚନରେ ବିରତ ରହିବେ।
ଜଗଦୀପ ଧନଖର ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି  ଏହି ନିର୍ବାଚନରେ ଏନଡିଏ ପକ୍ଷରୁ ସି.ପି ରାଧାକୃଷ୍ଣନ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ବି.ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି । ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବ।  ତେବେ ଗତ କିଛି ଦିନ ହେଲାଣି ଚର୍ଚ୍ଚା ଜୋରରେ ହେଉଥିଲା ଯେ ଏହି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ  ବିଜେଡି ଯଦି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା ତେବେ ବିଜେପିବିଜେଡି ଏକ ବୋଲି ପୁଣି ଆଲୋଚନା ହୋଇଥାନ୍ତା  ବର୍ତ୍ତମାନ ବିଜେଡିର ୭ଜଣ ସାଂସଦ ରାଜ୍ୟସଭାରେ ରହିଛନ୍ତି 
ସେପଟେ ଭୋଟିଂରୁ ବିଜେଡି ବିରତ ରହିବା ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି  ସେ କହିଛନ୍ତି ଯେ ଉପରାଷ୍ଟ୍ରପତି ନିର୍ବାଚନରେ ବିରତ ରହିବା ଅର୍ଥ ଆମକୁ ସମର୍ଥନ କରିବା  ନବୀନ ବାବୁ ଆମକୁ ପରୋକ୍ଷରେ ସମର୍ଥନ କରୁଛନ୍ତି 
ସୂଚନା ଯୋଗ୍ୟଓଡିଶାରେ ବର୍ତ୍ତମାନ ଲୋକସଭାରେ ୨୦ ସାଂସଦ ବିଜେପିରେ ଥିବା ବେଳେ ରାଜ୍ୟସଭାରେ ବିଜେଡିର ୭ ଓ ବିଜେପିର ୩ ସଦସ୍ୟ ଅଛନ୍ତି  ଏନଡିଏ ପ୍ରାର୍ଥୀ ବିଜୟୀ ହେବା ପାଇଁ ବିଜେଡିର ସମର୍ଥନ ଯଦିଓ ସେତେ ଗୁରୁତ୍ୱ ବହନ କରୁ ନାହିଁଏହା ସତ୍ତେ୍ୱ ଏନଡିଏ ବିଜେଡିର ସମର୍ଥନ ଲୋଡିଥିଲା  ଆଜି ଦଳର ସୁପ୍ରିମୋ ଭୋଟ୍‌ ଦାନରୁ ବିରତ ନେଇ ଘୋଷଣା କରିବା ପରେ ବିଜେଡିରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଛି  ନବୀନଙ୍କ ଏହି ବଡ ନିଷ୍ପତ୍ତି ଆଗାମୀ ଦିନରେ ଦଳ ପାଇଁ କେତେ ଉପକାରୀ ସାବ୍ୟସ୍ତ ହେବ ତାଉପରେ ସମସ୍ତଙ୍କ ନଜର ରହିଛି 

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories