www.samajalive.in
Saturday, December 13, 2025
21.1 C
Bhubaneswar

୯ବର୍ଷ ପରେ ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ; ଅନିୟମିତତା ଅଭିଯୋଗ କଲା ବିଜେପି

କଲକାତା: ଦୀର୍ଘ ପ୍ରାୟ ୯ବର୍ଷ ପରେ ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହୋଇଛି। ୯ମ ଓ ୧୦ମ ଶ୍ରେଣୀରେ ଶିକ୍ଷକ ନିଯୁକ୍ତି ଲାଗି ରବିବାର ଏସ୍‌ଏଲଏସ୍‌ଟି କରାଯାଇଛି। ସେପ୍ଟେମ୍ବର ୧୪ରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ଶିକ୍ଷକ ନିଯୁକ୍ତି ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ। ୯ବର୍ଷ ଅନ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ଶିକ୍ଷକ ନିଯୁକ୍ତି ପରୀକ୍ଷା କରାଯାଉଥିବାବେଳେ ଏଥିରେ ଅନିୟମିତତା ହୋଇଥିବା ନେଇ ବିରୋଧୀ ବିଜେପି ଅଭିଯୋଗ କରିଛି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଶାସକ ତୃଣମୂଳ କଂଗ୍ରେସ ଶିକ୍ଷକ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ରକୁ ବିକ୍ରି କରୁଛି। ସରକାର ସ୍ବଚ୍ଛ ଉପାୟରେ ପରୀକ୍ଷା କରାଉ ନାହାନ୍ତି। ୯ମ ଓ ୧୦ମ ଶ୍ରେଣୀରେ ଶିକ୍ଷକତା ପାଇଁ ୨୩,୨୧୨ଜଣ ଶିକ୍ଷକ ନିଯୁକ୍ତି ଦିଆଯିବ। ସେହିପରି ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ୧୨,୫୧୪ ଜଣ ଶିକ୍ଷକ ନିଯୁକ୍ତି ଦିଆଯିବାକୁ ସରକାର ଏହି ପରୀକ୍ଷା ପରିଚାଳନା କରୁଛନ୍ତି। ଏଥପାଇଁ ୫ଲକ୍ଷ ୬୦ହଜାର ପ୍ରାର୍ଥୀ ପରୀକ୍ଷା ଦେଉଛନ୍ତି।

୭ ହଜାର ଟଙ୍କାରୁ କମ୍‌ ଦାମ୍‌ରେ ଲଞ୍ଚ ହେଲା iPhone 16 Pro ଭଳି ଦେଖାଯାଉଥିବା ଏହି ଫୋନ୍‌ ; ଫିଚର ବି ଜବରଦସ୍ତ

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories