www.samajalive.in
Saturday, December 6, 2025
15.1 C
Bhubaneswar

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଅଟକ

ପାରଳାଖେମୁଣ୍ଡି  : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି  ଥାନା ଅନ୍ତର୍ଗତ ଏକ ଗ୍ରାମରେ ଲଜ୍ଜାଜନକ ଘଟଣା ଘଟିଛି । ୧୦ ବର୍ଷୀୟା ଏକ ନାବାଳିକାକୁ ୩୫ ବର୍ଷୀୟ ଜଣେ ଯୁବକ ଦୁଷ୍କର୍ମ ପ୍ରୟାସ କରି ଗ୍ରାମବାସୀଙ୍କ ହାତରେ ଧରାପଡିଛନ୍ତି । ପରେ ଗ୍ରାମବାସୀ ପାରଳାଖେମୁଣ୍ଡି ପୋଲିସ୍ କୁ ସୂଚନା ଦେଇ ଉକ୍ତ ଯୁବକଙ୍କୁ ହସ୍ତାନ୍ତର କରିଛନ୍ତି । ନାବାଳିକା ଘରେ ଶୋଇଥିବାବେଳେ ସେରଙ୍ଗ ଥାନା ଅନ୍ତର୍ଗତ ଲୁହାର ଗ୍ରାମର ପ୍ରସନ୍ନ ଗମାଙ୍ଗ ହଠାତ୍ ଘର ଭିତରେ ପଶିଥିଲେ । ପରେ ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ନାବାଳିକା ଜଣକ ଡାକ ପକାଇବାରୁ ପାଖ ପଡୋଶୀଙ୍କ ସାହାଯ୍ୟରେ ନାବାଳିକା ଉଦ୍ଧାର ହୋଇଥିଲେ । ପୋଲିସ୍ ସମ୍ପୃକ୍ତ ଯୁବକକୁ ଅଟକ ରଖି ତଦନ୍ତ ଚଳାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories