www.samajalive.in
Sunday, December 14, 2025
15.1 C
Bhubaneswar

ଦଶ ଦିନରେ ମୁଁ ଓଡ଼ିଆ ଶିଖିଯିବି – କେନ୍ଦ୍ରମନ୍ତ୍ରୀ ମାଣ୍ଡଭ୍ୟା

ବଡ଼ସାହି: ମାତ୍ର ୧୦ଦିନ ଓଡ଼ିଶାରେ ରହିଲେ ମୁଁ ସମ୍ପୂର୍ଣ୍ଣ ଓଡ଼ିଆ ଶିଖିଯିବି ବୋଲି କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ, ଜାହାଜ, ରସାୟନ ଓ ସାର ରାଷ୍ଟମନ୍ତ୍ରୀ ମନଶୁଖ୍‍ ଲକ୍ଷ୍ମଣଭାଇ ମାଣ୍ଡଭ୍ୟା କହିଛନ୍ତି। ବୁଧବାର ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକ ମାଣତ୍ରୀ ବଙ୍ଗଳା ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଙ୍କଳ୍ପ ସଭାରେ ସେ ଯୋଗଦେଇ ଏହା କହିଛନ୍ତି। ଓଡ଼ିଆରେ ‘ଜୟ ଜଗନ୍ନାଥ ଆପଣମାନଙ୍କୁ ଅଭିନନ୍ଦନ’ କହି ଭାଷଣ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ବର୍ଷ ଶାସନରେ ଓଡ଼ିଆ କହି ନପାରିବାକୁ ସମାଲୋଚନା କରିଥିଲେ। ଗୁଜରାଟରେ ଥିବା ଓଡ଼ିଶାର ଲୋକଙ୍କ ସମସ୍ୟା ସହିତ ସେ ଜଡ଼ିତ। ତାଙ୍କ ସମସ୍ୟା ଶୁଣିବାରେ ସେ ଓଡ଼ିଆ ଭାଷାର ମଧୁରତାକୁ ଜାଣିଛନ୍ତି ବୋଲି ଶ୍ରୀଯୁକ୍ତ ମାଣ୍ଡଭିୟ କହିଥିଲେ। ମୁଁ ଗୁଜରାଟରୁ ପ୍ରତିନିଧିତ୍ୱ କରୁଛି। ସୋମନାଥଙ୍କ ପାଖରୁ ସନ୍ଦେଶ ନେଇ ଜଗନ୍ନାଥଙ୍କ ରାଜ୍ୟକୁ ଆସିଛି। ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପିକୁ ବିଜୟୀ କରିବା ସାଙ୍ଗକୁ କେନ୍ଦ୍ରରେ ପୁଣିଥରେ ମୋଦିଙ୍କୁ ଶାସନଭାର ଦେବା ପାଇଁ ସେ କହିଥିଲେ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସମ୍ପର୍କରେ ସେ ସୂଚନା ଦେଇ କହିଥିଲେ ଦେଶର ସାଢ଼େ ବାର କୋଟି ଚାଷୀଙ୍କ ଆକାଉଣ୍ଟକୁ ୬ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପଠାଯିବାକୁ ଥିବା ବେଳେ ଓଡ଼ିଶା ସରକାର ମାତ୍ର ୧୨ଲକ୍ଷ ଚାଷୀଙ୍କ ନାମ ଦେଇଛନ୍ତି। ପ୍ରତିବର୍ଷ ଦେଶର ୫୨ଲକ୍ଷ ପରିବାରରୁ ରୋଗବ୍ୟାଧିରେ ପ୍ରତିବର୍ଷ ଲୋକ ମୃତ୍ୟୁ ବରଣ କରୁଥିବା ବେଳେ କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ନବୀନ ସରକାର କାର୍ଯ୍ୟକାରୀ କରୁନାହାନ୍ତି। କେନ୍ଦ୍ର ସରକାର ଓଡ଼ିଶାରେ ୫ହଜାର ଜନ ଔଷଧି ଭଣ୍ଡାରରେ ରିହାତି ମୂଲ୍ୟରେ କେନ୍ଦ୍ର ସରକାର ଔଷଧ ପ୍ରଦାନ କରୁଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରି ଉଜ୍ଜ୍ୱଳା ଠାରୁ ଆରମ୍ଭ କରି କେନ୍ଦ୍ରର ବିଭିନ୍ନ ଯୋଜନା ସମ୍ପର୍କରେ ସେ କହିଥିଲେ ହେଁ କେନ୍ଦ୍ରମନ୍ତ୍ରୀ ଭାବେ ରାଜ୍ୟ, ଜିଲ୍ଲା ବା ବଡ଼ସାହି ନିର୍ବାଚନମଣ୍ଡଳୀ ପାଇଁ କୌଣସି ନୂତନ ପ୍ରକଳ୍ପ ବା ଯୋଜନା ଘୋଷଣା ନ କରିବା ଉପସ୍ଥିତ ଜନସାଧାରଣଙ୍କୁ ନିରାଶ କରିଥିଲା। ଦଳର ଜିଲା ଉପସଭାପତି ସୁନୀଲ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା଼ରେ ପ୍ରତିକୂଳ ପାଗ ପାଇଁ କେନ୍ଦ୍ରମନ୍ତ୍ରୀ ଅଢ଼େଇ ଘଣ୍ଟା ବିଳମ୍ବରେ ହେଲିକେପ୍ଟର ଯୋଗେ ପହଞ୍ଚିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ, ମହିଳା ମୋର୍ଚ୍ଚା ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଓଡ଼ିଆ ଚଳଚିତ୍ର ନାୟକ ଶ୍ରୀତମ ଦାସ ପ୍ରମୁଖ ଉଦ୍‍ବୋଧନ ଦେଇ ରାଜ୍ୟ ସରକାରକୁ ସମାଲୋଚନା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories