www.samajalive.in
Sunday, December 14, 2025
26.1 C
Bhubaneswar

ଦକ୍ଷିଣ କାଶ୍ମୀରର ୧୧ଟି ସ୍ଥାନରେ ଏନଆଇଏର ଖାନତଲାସୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଅନୁସନ୍ଧାନ ସଂସ୍ଥା, ଏନଆଇଏ ପୁଲ୍‍ୱାମା ଆକ୍ରମଣ ମାମଲା ଓ ବିଛିନତାବାଦୀଙ୍କ ଆତଙ୍କୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଡ଼ ମାମଲାରେ ଦକ୍ଷିଣ କାଶ୍ମୀରର ୧୧ଟି ସ୍ଥାନରେ ଏକ ସମୟରେ ଖାନତଲାସୀ କରିଛି। ଖାନତଲାସୀ କରାଯାଇଥିବା ସ୍ଥାନ ଗୁଡିକ ମଧ୍ୟରେ ଜୈସେ ମହମ୍ମଦ ଆତଙ୍କବାଦୀ ମୁଦାସୀର ଅହମଦ ଖାନ ଏବଂ ସଯାଦ ଭଟ ଘର ଅନ୍ତର୍ଭୁକ୍ତ ଯେଉଁମାନେ ପୁଲ୍‍ୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଦୋଷୀ। ମିଳିଥିବା ସୂଚନା ଅନୁଯାୟୀ, ଜୈସେ ମହମ୍ମଦ ଆତଙ୍କୀ ଗୋଷ୍ଠୀର ସକ୍ରିୟ ସଦସ୍ୟଙ୍କ ତ୍ରାଲ, ଅବନ୍ତିପୁରା ଏବଂ ପୁଲ୍‍ୱାମା ଘରେ ମଧ୍ୟ ଖାନତଲାସୀ କରାଯାଇଛି। ଖାନତଲାସୀ ବେଳେ ଏନଆଇଏକୁ କେତେକ କୋଡ଼ ଲେଖାଥିବା ଡ଼ାଇରୀ ଓ ଆପତ୍ତିଜନକ ସାମଗ୍ରୀ ମିଳିଛି। ଆତଙ୍କୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଡ଼ ମାମଲାରେ ଦକ୍ଷିଣ କାଶ୍ମୀରର ତିନି ଜଣ ବିଛିନତାବାଦୀ ନେତାଙ୍କ ଘରେ ମଧ୍ୟ ଖାନତଲାସୀ କରାଯାଇଛି। ସେମାନଙ୍କ ଘରୁ ପାଣ୍ଠି ଯୋଗାଡ଼, ଅର୍ଥ ଦେଣନେଣ ଓ କିଛି ସନ୍ଦିଗ୍ଧ କାଗଜପତ୍ର ମିଳିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories