www.samajalive.in
Sunday, December 14, 2025
14.1 C
Bhubaneswar

୬୦ କୋଟି ଠକେଇ ମାମଲାରେ ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରାଙ୍କ ନାମରେ ଏଲଓସି ଜାରି

ସମାଜ ଡିଜିଟାଲ ଡେସ୍କ: ୬୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ନାମରେ ଲୁକ ଆଉଟ ସର୍କୁଲାର(ଏଲଓସି) ଜାରି କରାଯାଇଛି। ଏହି ଦମ୍ପତି ବାରମ୍ବାର ବିଦେଶ ଗସ୍ତ କରୁଥିବାରୁ ମୁମ୍ବଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପକ୍ଷରୁ ସେମାନଙ୍କ ନାମରେ ଏଲଓସି ଜାରି କରାଯାଇଛି।

ଅଭିଯୋଗ ଅନୁସାରେ, ଶିଳ୍ପା ଏବଂ ରାଜ ଜଣେ ବ୍ୟବସାୟୀ ଦୀପକ କୋଠାରୀ(୬୦)ଙ୍କ ସହିତ ଋଣ ଏବଂ ନିବେଶ ଡିଲ କରିଥିଲେ। ଯେଉଁଥିରେ ସେମାନେ ଉକ୍ତ ବ୍ୟବସାୟୀଙ୍କୁ ୬୦ କୋଟି ଟଙ୍କା ଠକିଥିବା ନେଇ ଗତ ଅଗଷ୍ଟ ୧୪ ତାରିଖରେ ଜୁହୁ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଠକେଇ ପରିମାଣ ୧୦ କୋଟିରୁ ଅଧିକ ହୋଇଥିବାରୁ ମାମଲା ଇଓଡବ୍ଲ୍ୟୁକୁ ହସ୍ତାନ୍ତର କରାଯାଇଥିଲା। ଦୀପକଙ୍କର ଏକ ଆର୍ଥିକ ସଂସ୍ଥା ରହିଛି।

Hot this week

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

Related Articles

Popular Categories