www.samajalive.in
Friday, December 12, 2025
16.1 C
Bhubaneswar

ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌

ବାଲିକୁଦା: ବାଲିକୁଦା ଥାନା ଅଧୀନ କଂସାରୀକୁଦ ନିକଟରେ ବୁଧବାର ରାତିରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଏକ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଦୋକାନ କର୍ମଚାରୀଙ୍କ ଠାରୁ ୧ଲକ୍ଷ ୧୩ ହଜାର ଲୁଟ କରି ଫେରାର ହୋଇଯାଇଥିବା ବାଲିକୁଦା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି।

ଅଭିଯୋଗ ମୁତାବକ, ବୁଧବାର ରାତିରେ ବାଲିକୁଦା କାଠଗୋଲା ଛକ ନିକଟରେ ଥିବା ଏକ ଦେଶୀ ମଦ ଦୋକାନର କର୍ମଚାରୀ ଜଗତସିଂହପୁର ଥାନା ମାର୍କଣ୍ଡପୁରର ଆଶୁତୋଷ ପ୍ରସାଦ ନନ୍ଦୀ ଓ ସହ-କର୍ମଚାରୀ ବଡ଼ବାଗର କଳ୍ପତରୁ ମଣ୍ଡଳ ବୁଧବାର ରାତିରେ ବାଇକ ଯୋଗେ କଟକ ମାଛଗାଁ ମୁଖ୍ୟ କେନାଲ ବନ୍ଧ ରାସ୍ତାରେ ଜଗତସିଂହପୁର ଅଭିମୁଖେ ଯାଉଥିଲେ। କର୍ମଚାରୀଦ୍ବୟ ଦୋକାନର ଏକ ଲକ୍ଷ ୧୩ ହଜାର ଟଙ୍କାକୁ ଏକ ବ୍ୟାଗରେ ଭର୍ତ୍ତିକରି ମାଲିକଙ୍କୁ ଦେବା ପାଇଁ ନେଉଥିଲେ। ସେମାନେ ମଦ ଦୋକାନ ଠାରୁ କିଛି ଦୂର ଯାଇଥିବାବେଳେ କଂସାରୀକୁଦ ଗଡ଼ା ନିକଟରେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଟଙ୍କା ବ୍ୟାଗ୍‌କୁ ଛଡ଼ାଇବାକୁ ଉଦ୍ୟମ କରିଥିଲେ। କଳ୍ପତରୁ ଓ ଆଶୁତୋଷ ବ୍ୟାଗ ନ ଦେବାରୁ ଦୁର୍ବୃତ୍ତମାନେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଦୁଇ କର୍ମଚାରୀଙ୍କୁ ଲହୁଲୁହାଣ କରିବା ସହ ସେମାନଙ୍କ ଠାରୁ ଟଙ୍କା ବ୍ୟାଗ୍‌ ଛଡାଇ ଗୋପାଳପୁର ଦିଗକୁ ପଳାଇ ଯାଇଥିଲେ। ଏନେଇ ଆଶୁତୋଷ ମାଲିକଙ୍କୁ ଜଣାଇଥିଲେ। ମାଲିକ ଘଟଣାସ୍ଥଳରେ ପହଞ୍ଚି ଦୁଇ ଆହତ କର୍ମଚାରୀଙ୍କୁ ଉଦ୍ଧାର କରି ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସିତ ହେବାପରେ ଆଶୁତୋଷ ବାଲିକୁଦା ଥାନାରେ ମୌଖିକ ଅଭିଯୋଗ କରିଥିଲେ।

- Advertisement -

ପୁଲିସ ଅଭିଯୋଗ ଗ୍ରହଣ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଆଖପାଖ ଦୋକାନ ଏବଂ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିବାବେଳେ ଲୁଟିଆଙ୍କ ସନ୍ଧାନ ପାଇପାରି ନାହିଁ। ଗୁରୁବାର ସକାଳେ ଆଶୁତୋଷ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରୁ ଏକ ସ୍କୁଟି ଜବତ କରିଛି। ତେବେ ଜବତ ସ୍କୁଟିରେ ଉଲ୍ଲେଖ ଥିବା ନମ୍ବର ଏକ କାରର ହୋଇଥିବା ଜଣାଯାଇଛି। ଥାନା ଆରକ୍ଷୀ ନିରୀକ୍ଷକ ସୁଶାନ୍ତ କୁମାର ସାହୁଙ୍କୁ ଯୋଗାଯୋଗ କରିବାରେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ତେବେ ଲୁଟିଆଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories